fbpx

କରୋନା ବିରୋଧରେ ଯୁଦ୍ଧ କରୁଛନ୍ତି ଜନତା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଦେଶକୁ ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି ଯେ, ‘ଭାରତରେ କରୋନା ବିରୋଧରେ ଦେଶବାସୀ ଲଢୁଛନ୍ତି । ଭାଇରସ ବିରୋଧରେ ଜନତାଙ୍କ ସହ ମିଶି ପ୍ରଶାସନ ମଧ୍ୟ ଏହି ଯୁଦ୍ଧରେ ଲଢୁଛି । ଆଜି ସମସ୍ତ ଦେଶବାସୀ ଗୋଟିଏ ଲକ୍ଷ୍ୟ ନେଇ ଆଗେଇ ଚାଲିଛି । ଦେଶର ପ୍ରତ୍ୟେକ ନାଗରିକ ଏହି ଲଢେଇରେ ଜଣେ ଜଣେ ସିପାହୀ । ’ ଅନ୍ୟପଟେ ଦିନରାତି ଏକ କରି କାମ କରୁଥିବା ଚାଷୀଙ୍କୁ ମୋଦୀ ପ୍ରଂଶସା କରିଛନ୍ତି । ଡାକ୍ତରଖାନରେ ଉତ୍ତମ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଛି । covidwarriors.gov.in ମାଧ୍ୟମରେ ଶହେ କୋଟି ଲୋକ ଯୋଡିହୋଇଛନ୍ତି । ମୋଦୀ କହିଛନ୍ତି ଯେ, କରୋନା ଯୋଦ୍ଧାଙ୍କ ବିରୋଧରେ ହିଂସାକୁ ବରଦାସ୍ତ କରାଯିବନି । ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ନୂଆ ଅଧ୍ୟେଦେଶ ଅଣାଯାଇଛି । କରୋନା ଲଢେଇରେ ପୋଲିସ କର୍ମୀଙ୍କ କାର୍ଯ୍ୟ ପ୍ରଂଶସାର ଯୋଗ୍ୟ । ସରକାରଙ୍କ ସବୁ ବିଭାଗ ଟିମ୍ ଭଳି କାମ କରୁଛନ୍ତି । ଗରିବଙ୍କୁ ୩ ମାସ ପାଇଁ ସିଲିଣ୍ଡର, ରାସନ ସାମଗ୍ରୀ ଦିଆଯାଉଛି । ଲକ୍-ଡାଉନ୍ ବେଳେ ୧୦୦ରୁ ଅଧିକ ପାର୍ସଲ ଟ୍ରେନ୍ ଚାଲିଛି । ଜରୁରୀ ସାମଗ୍ରୀ ପହଞ୍ଚାଇବା ବାଇଁ ରେଳ ବିଭାଗ କାମ କରୁଛି । କରୋନା ସଙ୍କଟ ସମୟରେ ଆମେ ଅନ୍ୟ ଦେଶକୁ ଔଷଧ ପଠାଉଛୁ ବୋଲି ମୋଦୀ କହିଛନ୍ତି ।

ଏହା ସହ ସମସ୍ତ ନାଗରିକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଯେ, ମାସ୍କକୁ ନେଇ ଧାରଣା ବଦଳିଛି । ମାସ୍କ ସମାଜ ପାଇଁ ପ୍ରତୀକ ସାଜିଛି । ରୋଗରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ଜରୁରୀ । ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଅଭ୍ୟାସ ତ୍ୟାଗ କରନ୍ତୁ । ଏହା ସହ କରୋନା ମୁକାବିଲା କରିବା ପାଇଁ ସାମାଜିକ ଦୂରତାକୁ ଧ୍ୟାନ ଦିଅନ୍ତୁ ।’

Get real time updates directly on you device, subscribe now.