fbpx

ଅକ୍ସିଜେନ୍ ପ୍ଲାଣ୍ଟର ଦାୟୀତ୍ୱ ସେନାକୁ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍

ନୂଆଦିଲ୍ଲୀ ୨୩ ।୪ (ଓଡିଶା ଭାସ୍କର) : ସାରା ଦେଶରେ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି । ପଜିଟିଭ୍ ସଂଖ୍ୟାରେ ବିଶ୍ୱର ସବୁ ଦେଶକୁ ପଛରେ ପକାଇଛି ଭାରତ । ଦେଶର ସ୍ୱାସ୍ଥ୍ର୍ୟ ବ୍ୟବସ୍ଥା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅନେକ ଗୁଡିଏ ଜରୁରୀ ବୈଠକ କରୁଛନ୍ତି । । ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ଦେଶର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି କରୋନା ସ୍ଥିତି ବିଷୟରେ ଜାଣିଥିଲେ । । ଏହାସହ ସବୁଠରୁ ଅଧିକ କରୋନା ସଂକ୍ରମିତ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହି ବୈଠକରେ ସାମିଲ ହୋଇଥିବା ରାଜ୍ୟଗୁଡିକ ହେଲେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣଟାକ, କେରଳ, ଛତିଶଗଡ, ରାଜସ୍ଥାନ, ଦିଲ୍ଲୀ, ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ ତାମିଲନାଡୁ । ଦେଶର ପ୍ରାୟ ଅନେକ ରାଜ୍ୟ ଅକ୍ସିଜେନ୍ ସମସ୍ୟାକୁ ନେଇ ଚନ୍ତାରେ ଅଛନ୍ତି ।

ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରିଛନ୍ତି ଯେ କେନ୍ଦ୍ର ସରକାର ଅକି୍ସଜେନ୍ ପ୍ଲାଣ୍ଟକୁ ନିଜ ଅଧୀନରେ ଆଣି ସେନା ବିଭାଗକୁ ଦାୟୀତ୍ୱ ଦେଇଦେବା ଦରକାର । ତେବେ ଯାଇ ସବୁ ରାଜ୍ୟକୁ ଅକ୍ସଜେନ୍ ଠିକ୍ ସମୟରେ ମିଳିପାରିବ । ଆଉ ସେ ଏକଥା ବି କହିଛନ୍ତି କି କରୋନା ଟିକା ସମସ୍ତଙ୍କୁ ସମାନ ଦାମରେ ମିଳିବା ମିଳିବା ଉଚିତ୍ । କେନ୍ଦ୍ର ଏବଂ ରାଜ୍ୟକୁ ଅଲଗା ଅଲଗା ମୂଲ୍ୟରେ ନ ମିଳିବା ଦରକାର । ସେପଟେ ଦେଶରେ ଅକ୍ସିଜେନ୍ ଉତ୍ପାଦନ ବଢାଇବା ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଅକ୍ସିଜେନର ମାତ୍ରା ବଢାଇ ଦିଆଯାଇଛି ।

Get real time updates directly on you device, subscribe now.