fbpx
BSKY
BJD SHG SKY
BJD YOUTH SKY

“ଯେଉଁମାନେ ଚାହୁଁନଥିଲେ ଅଯୋଧ୍ୟାରେ ରାମ ମନ୍ଦିର ତିଆରି ହେଉ, ସେମାନେ ବି ଆଜି କହିଲେଣି ଜୟ ସୀତାରାମ’: ରେୱାରୀରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ରେୱାରୀରେ ପହଞ୍ଚିଛନ୍ତି । ସେଠାରେ ସେ ଦେଶର ୨୨ତମ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହ ୯୭୫୦ କୋଟି ଟଙ୍କାର ୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ଉଦଘାଟନ କରିଛନ୍ତି । ତେବେ ସେ ଏହି ସଭାରେ କଂଗ୍ରେସ ଉପରେ ବର୍ଷିଥିବା ଦେଖାଦେଇଛି । ସେ କହିଛନ୍ତି ଯେ, “ଅବକି ବାର ୪୦୦ ପାର’ ଅର୍ଥାତ ଏଥର ଆମକୁ ୪୦୦ ଅତିକ୍ରମ କରିବାର ଆର୍ଶୀବାଦ ମିଳିବ । ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବର୍ତ୍ତମାନ ସେମାନେ ବି ସିତାରାମ କହିବାକୁ ଲାଗିଲେଣି । କଂଗ୍ରେସ ଗୋଟିଏ ପରିବାରର ସ୍ୱାର୍ଥକୁ ଉପରେ ରଖିଛି ।

ସେ ଆଗକୁ କହିଛନ୍ତି ଯେ, ୟୁଏଇ ଏବଂ କତରରେ ଯେଉଁ ଭଳି ଆଜି ଭାରତକୁ ସମ୍ମାନ ମିଳୁଛି, ପ୍ରତ୍ୟେକ କୋଣରୁ ଭାରତକୁ ଶୁଭକାମନା ମିଳୁଛି । ସେ ସମ୍ମାନ କେବଳ ମୋଦୀଙ୍କର ନୁହେଁ, ସେ ସମ୍ମାନ ଭାରତୀୟମାନଙ୍କର ଅଟେ, ଆପଣ ସମସ୍ତଙ୍କର ଅଟେ । ସେ ଆଗକୁ କହିଛନ୍ତି ଯେ, ବିକଶିତ ଭାରତ ଗଠନ କରିବା ପାଇଁ ହରିୟାଣାକୁ ବିକଶିତ କରିବା ଅତ୍ୟନ୍ତ ଆବଶ୍ୟକ । ହରିୟାଣା ବିକଶିତ ସେବେ ହେବ, ଯେବେ ଏଠାରେ ଆଧୁନିକ ସଡ଼କ ତିଆରି କରାଯିବ । ଯେବେ ଏଠାରେ ରେଲେଓ୍ବର ଆଧୁନିକ ନେଟଓ୍ବର୍କ ସୁବିଧା ଯୋଗା ଯିବ । ହରିୟାଣା ବିକଶିତ ସେବେ ହେବ ଯେବେ ଏଠାରେ ବଡ଼ ଏବଂ ଭଲ ହସ୍ପିଟାଲ ତିଆରି ହେବ ।

ସେ ଆଗକୁ କହିଛନ୍ତି ଯେ, ଟିକେ ପୂର୍ବରୁ ୧୦ ହଜାର କୋଟି ଟଙ୍କାର ବିକାଶ ପ୍ରକଳ୍ପ ଗୁଡ଼ିକ ହରିୟାଣାକୁ ଉପହାର ଦେବାର ମୋତେ ସୁଯୋଗ ମିଳିଛି । ପ୍ରଭୁ ରାମଙ୍କ ଆର୍ଶୀବାଦ ଏପରି ଅଛି ଯେ, ଆଜି କାଲି ମୋତେ ପ୍ରତ୍ୟେକ ସ୍ଥାନରେ ଏପରି ପବିତ୍ର କାମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳୁଛି । ପ୍ରଧାନମନ୍ତ୍ରୀ ଆଗକୁ କହିଛନ୍ତି ଯେ, ଦେଶର ଇଛା ଥିଲା ଯେ, ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ହେଉ, ଆଜି ସରା ଦେଶ ଭବ୍ୟ ରାମ ମନ୍ଦିରରେ ବିରାଜିଥିବା ରାମଲଲାଙ୍କୁ ଦର୍ଶନ କରୁଛନ୍ତି । କଂଗ୍ରେସ ଲୋକେ, ଯେଉଁମାନେ ଭଗବାନ ରାମଙ୍କୁ କାଳ୍ପନିକ କହୁଥିଲେ, ଯେଉଁମାନେ କେବେ ବି ଚାହୁଁନଥିଲେ ରାମ ମନ୍ଦିର ତିଆରି ହେଉ, ସେମାନେ ଆଜି ଜୟ ସିତାରାମ କହିବାକୁ ଲାଗିଲେଣି ।

Get real time updates directly on you device, subscribe now.