fbpx

(Video) ମାଆଙ୍କ ଆଶିର୍ବାଦ ନେବାକୁ ପହଞ୍ଚିଲେ ମୋଦୀ: ଆସନ୍ତାକାଲି ଗୁଜରାଟ ନିର୍ବାଚନ ପାଇଁ କରିବେ ମତଦାନ

ନୂଆଦିଲ୍ଲୀ: ଆସନ୍ତାକାଲି ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ । ଗତ ୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହୋଇଥିଲା । ତେବେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦରେ ବିଧାନସଭା ନିର୍ବାଚନ ପାଇଁ ମତଦାନ କରିବେ । ତେଣୁ ମତଦାନ ପୂର୍ବରୁ ମୋଦୀ ମାଆ ହୀରାବେନଙ୍କ ସହ ସାକ୍ଷାତ ପାଇଁ ଗାନ୍ଧିନଗର ବାସଭବନରେ ପହଞ୍ଚିଛନ୍ତି ।

ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ସାବରବତୀ ବିଧାନସଭା କ୍ଷେତ୍ରର ଭୋଟର ଅଟନ୍ତି । ଏହା ପୂର୍ବରୁ ମୋଦୀ ଗତ ଅଗଷ୍ଟ ମାସ ୨୭ ତାରିଖରେ ଦୁଇ ଦିନିଆ ଗୁଜରାଟ ଗସ୍ତ ଅବସରରେ ମାଆଙ୍କ ସହ ସାକ୍ଷାତ କରିଥିଲେ । ସାବରମତୀ ନଦୀରେ ନିର୍ମିତ ହୋଇଥିବା ଅଟଳ ବ୍ରିଜର ଉଦଘାଟନ ଓ ଖାଦି ଉତ୍ସବ କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ଗାନ୍ଧିନଗରର ରୟସନ ସ୍ଥିତ ନିଜ ମାଆଙ୍କ ଘରେ ପହଞ୍ଚିଥିଲେ ।

ଚଳିତ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି-ଆମ ଆଦମୀ ପାର୍ଟି (ଆପ) ମଧ୍ୟରେ କଡ଼ ଟକ୍କର ଦେଖିବାକୁ ମିଳିଛି । ଗୋଟିଏ ପଟେ ବିଜେପି ନିଜର କ୍ଷମତା ବଜାୟ ରଖିବା ପ୍ରୟାସରେ ରହିଥିବା ବେଳେ ଅନ୍ୟପଟେ ଆପ ଦିଲ୍ଲୀ, ପଞ୍ଜାବ ପରେ ତୃତୀୟ ରାଜ୍ୟ ଭାବେ ଗୁଜରାଟ ଦଖଲ ନେଇ ଆଶାବାଦୀ ରହିଛି । ଗତ ନଭେମ୍ବର ମାସ ୧୨ ତାରିଖରେ ହିମାଚଳ ପ୍ରଦେଶ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୮ ତାରିଖରେ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ସେହିପରି ଆଜି ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ଆସନ୍ତା ୭ ତାରିଖରେ ଏହାର ରେଜଲ୍ଟ ସାମ୍ନାକୁ ଆସିବ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଉଭୟ ଗୁଜରାଟ ଓ ଏମସିଡିରେ ଜିତିବା ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ।

Get real time updates directly on you device, subscribe now.