fbpx
BJD
BJD SKY
BJD SKY

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ଫିଜିର ସର୍ବୋଚ୍ଚ ସମ୍ମାନ: ଦେଶବାସୀଙ୍କୁ କଲେ ସମର୍ପଣ

BJD

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫିଜି ଓ ପାପୁଆ ନିଉ ଗିନିଆର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରାଯାଇଛି । ବୈଶ୍ୱିକ ନେତୃତ୍ୱ ଲାଗି ମୋଦୀଙ୍କୁ ‘ଦି କମ୍ପାନିଅନ୍ ଅଫ୍ ଦି ଅର୍ଡର ଅଫ୍ ଫିଜି’ ପ୍ରଦାନ କରାଯାଇଛି । କୌଣସି କ୍ଷେତ୍ରରେ ଏହା ହେଉଛି ଏକ ଦୂର୍ଲଭ ସମ୍ମାନ । ଫିଜିର ପ୍ରଧାନମନ୍ତ୍ରୀ ସିଟିିଭେନି ରାବୁକା ମୋଦୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଭାରତ ପାଇଁ ଏହା ଏକ ବିଶେଷ ସମ୍ମାନ । ଏ ପର୍ଯ୍ୟନ୍ତ ମାତ୍ର ସ୍ୱଳ୍ପ କେତେଜଣ ଅଣ ଫିଜି ନାଗରିକ ଏହି ସମ୍ମାନ ପାଇଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ୩ୟ ଇଣ୍ଡିଆ ପାସିଫିକ୍ ଆଇଲ୍ୟାଣ୍ଡ କୋ-ଅପରେସନ୍ (ଏଫ୍ଆଇପିଆଇସି) ସମ୍ମିଳନୀ ରେ ଯୋଗ ଦେବା ପାଇଁ ପାପୁଆ ନିଉ ଗିନିଆ ଗସ୍ତରେ ଯାଇଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମାନକୁ ସମଗ୍ର ଭାରତବାସୀ ଓ ଫିଜି- ଭାରତୀୟ ସଂପ୍ରଦାୟ( ଯେଉଁମାନେ କି ଦୁଇ ଦେଶ ମଧ୍ୟରେ ଉତ୍ତମ ସଂପର୍କ ରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସିଛନ୍ତି) ଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।

Get real time updates directly on you device, subscribe now.