fbpx

ସମୀର ଓ ତାଙ୍କ ପତ୍ନୀଙ୍କୁ ମିଳୁଛି ଧମକ, ୪ ଦିନ ହେବ ଆସୁଛି ଅଶ୍ଳୀଳ ମେସେଜ୍

ମୁମ୍ବାଇ: ମୁମ୍ବାଇ ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଓ ତାଙ୍କ ପତ୍ନୀଙ୍କୁ ଧମକ ମିଳୁଥିବାର ଖବର ଏବେ ସାମ୍ନାକୁ ଆସିଛି । ଏ ବିଷୟରେ ନିଜେ ସମୀର ସୂଚନା ଦେଇଛନ୍ତି । ସେ କହିଛନ୍ତି ମୋତେ ଓ ମୋ ପତ୍ନୀଙ୍କୁ କେହି ଭୟଭୀତ କରିବାକୁ ଚେଷ୍ଟା କରୁଛି ଏବଂ ବହୁତ ଅଶ୍ଳୀଳ ମେସେଜ୍ ସବୁ ପଠାଉଛନ୍ତି ।

ସମୀର କହିଛନ୍ତି ମୋତେ ଓ ମୋ ପତ୍ନୀ କ୍ରାନ୍ତି ରେଡକରଙ୍କୁ ଗତ ୪ ଦିନ ଧରି କେହି ଫୋନରେ ଧମକ ଦେଉଛିି । କେବଳ ଏତିକି ନୁହେଁ ମୋ ଫୋନକୁ ଲଗାତର ଅଶ୍ଲୀଳ ମେସେଜ୍ ବି ଆସୁଛି । ମୁଁ ଏ ବିଷୟରେ ଆଜି ମୁମ୍ବାଇ ପୋଲିସ ଆୟୁକ୍ତଙ୍କୁ ଚିଠି ଲେଖି ବିଶେଷ ସୁରକ୍ଷା ଦାବୀ କରିବି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କୁ ପରିବାରରକୁ ୨୫ କୋଟି ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ସମୀର ୱାଙ୍ଖଡେଙ୍କ ବିରୁଦ୍ଧରେ ସିବିଆଇ ଏଫଆଇଆର୍ ଦାଖଲ କରିଛି ।

Get real time updates directly on you device, subscribe now.