fbpx

ସିଞ୍ଜୋ ଆବେଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ କହିଲେ-‘ଜଣେ ବନ୍ଧୁଙ୍କୁ ହରାଇଲି’, କାଲି ଭାରତରେ ଦିନିକିଆ ରାଷ୍ଟ୍ରିୟ ଶୋକ

ନୁଆଦିଲ୍ଲୀ: ଜାପାନର ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି ଲାଗିବା ପରେ ତାଙ୍କର ମୃତ୍ୟୁ ଖବରକୁ ବିଶ୍ୱ ଆଶ୍ଚର୍ଯ୍ୟ କରି ଦେଇଛି। ତାଙ୍କର ହଠାତ୍ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଆବେଙ୍କ ସହିତ ମୋର ଅନେକ ବର୍ଷ ଧରି ସମ୍ପର୍କ ଥିଲା। ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ମୁଁ ତାଙ୍କୁ ଜାଣିଥିଲି। ଆବେଙ୍କ ମୃତ୍ୟୁକୁ ନେଇ ଆସନ୍ତାକାଲି ଦିନକ ପାଇଁ ଜାତୀୟ ଶୋକ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

ଆଜି ସକାଳେ ସିଞ୍ଜୋ ଆବେଙ୍କୁ ଜଣେ ଦୁର୍ବତ୍ତ ସର୍ବସାଧାରଣ ସ୍ଥାନରେ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ର ୬ଘଣ୍ଟା ପରେ ସେ ପ୍ରାଣତ୍ୟାଗ କରିଛନ୍ତି। ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ ଏହି ଘଟଣା ଦିନ ୧୧ଟା ୩୦ ମିନିଟ୍ ସମୟରେ ଘଟିଥିଲା। ଯେତେବେଳେ ଆବେ ଏକ କାର୍ଯ୍ୟକ୍ରମରେ ଅଭିଭାଷଣ ପ୍ରଦାନ କରୁଥିଲେ। ଗୁଳି ଶବ୍ଦ ଶୁଭିବା ପରେ ଆବେଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଆବେଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଏୟାର ଲିପ୍ଟ କରାଯାଇଥିଲା।

ସିଞ୍ଜୋ ଆବେ ଦୁଇଥର ଜାପାନର ପ୍ରଧାନମନ୍ତ୍ରୀ ରହିସାରିଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ସେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତାଙ୍କର ଖୁବ୍ ଭଲ ସମ୍ପର୍କ ରହିଥିଲା।

Get real time updates directly on you device, subscribe now.