ନୂଆଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ସଙ୍କଟକୁ ନେଇ ଋଷ ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି । ୟୁକ୍ରେନ ସଙ୍କଟକୁ ନେଇ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ୱିତୀୟ ଥର କଥାବର୍ତ୍ତା ହୋଇଛି । ପ୍ରାୟ ୫୦ ମିନିଟ ଧରି ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଜେଲେନସ୍କୀଙ୍କ ସହ ସିଧାସଳଖ କଥା ହେବା ପାଇଁ ପରାମର୍ଶ ଦେଇଛନ୍ତି । ରାଷ୍ଟ୍ରପତି ପୁଟିନ୍ ୟୁକ୍ରେନର ସୁମୀରେ ଫସିଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ଏହା ପୂର୍ବରୁ ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କୀଙ୍କ ସହ କଥା ହୋଇଥିଲେ । ଜେଲେନସ୍କୀ ଏବଂ ମୋଦୀଙ୍କ ମଧ୍ୟରେ ପ୍ରାୟ ୩୫ ମିନିଟ୍ ଧରି ଫୋନରେ କଥାବାର୍ତ୍ତା ହୋଇଥିଲା ।