ନୂଆଦିଲ୍ଲୀ: ମହଙ୍ଗା ମାଡ଼କୁ ନେଇ ଚିନ୍ତାରେ ରହିଥିବା ଦେଶବାସୀଙ୍କୁ କେନ୍ଦ୍ର ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସରକାରଙ୍କ ତରଫରୁ ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୦୦ ଟଙ୍କା ହ୍ରାସ କରାଯାଇଛି । ଉଜ୍ଜ୍ୱଳା ଯୋଜନା ଅଧିନରେ ସରକାର ପୂର୍ବରୁ ୨୦୦ ଟଙ୍କାର ସବସିଡି ପ୍ରଦାନ କରୁଥିବା ବେଳେ ଏବେ ଅତିରିକ୍ତ ୨୦୦ ଟଙ୍କାର ସବସିଡି ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଏଲପିଜି ସିଲିଣ୍ଡରରେ ସବସିଡି୍ ପ୍ରଦାନ କରି ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଭଉଣୀମାନଙ୍କୁ ରାକ୍ଷୀ ବନ୍ଧନ ଅବସରରେ ଉପହାର ପ୍ରଦାନ କରିଛନ୍ତି । ଏନେଇ ମୋଦୀ ଦେଶର ସମସ୍ତ ଭଉଣୀଙ୍କ ପାଇଁ ଏକ ଟ୍ୱିଟ୍ କରି କହିଛନ୍ତି, ‘ଗ୍ୟାସ ଦର ହ୍ରାସ ପାଇବା ଫଳରେ ମୋର ପରିବାରର ଭଉଣୀମାନଙ୍କର ଜୀବନରେ ଖୁସି ଆସିବ । ସେମାନଙ୍କର ଜୀବନ ସହଜ ହୋଇପାରିବ । ମୋର ସମସ୍ତ ଭଉଣୀ ଖୁସିରେ ରୁହନ୍ତୁ, ସୁଖରେ ରୁହନ୍ତି, ମୋର ଈଶ୍ୱରଙ୍କ ନିକଟରେ ଏତିକି କାମନା ।’
ଏଥିସହିତ ମୋଦୀ କହିଛନ୍ତି, ନିଜ ପରିବାରରେ ଖୁସି ବଢ଼ାଇବା ପାଇଁ ରକ୍ଷା ବନ୍ଧନ ପାଳନ କରାଯାଇଥାଏ । ରୋଷେଇ ଗ୍ୟାସ ସିଲିଣ୍ଡର ହ୍ରାସ ପାଇଥିବାରୁ ଦେଶର ସମସ୍ତ ମା’ ଓ ଭଉଣୀଙ୍କୁ ଶୁଭକାମନା । ପୂର୍ବରୁ ଦେଶବାସୀ ୨୦୦ ଟଙ୍କାର ସବିସିଡି ପାଉଥିବା ବେଳେ ଏବେ ୪୦୦ ଟଙ୍କାର ବେନିଫିଟ୍ ପାଇବେ । ଏହା ସମସ୍ତ ଭଉଣୀଙ୍କ ପାଇଁ ନିଶ୍ଚିତ ଭାବେ ଏକ ଖୁସି ଖବର ।
रक्षाबंधन का पर्व अपने परिवार में खुशियां बढ़ाने का दिन होता है। गैस की कीमतों में कटौती होने से मेरे परिवार की बहनों की सहूलियत बढ़ेगी और उनका जीवन और आसान होगा। मेरी हर बहन खुश रहे, स्वस्थ रहे, सुखी रहे, ईश्वर से यही कामना है। https://t.co/RwM1a1GIKd
— Narendra Modi (@narendramodi) August 29, 2023