fbpx

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିରିଡି ଗସ୍ତ: ମହାରାଷ୍ଟ୍ରକୁ ଦେବେ ୭୫୦୦ କୋଟିର ଉପହାର, ନମୋ ଶେତକାରୀ ଯୋଜନାର ଜାରି କରିବେ ପ୍ରଥମ କିସ୍ତି

Advertisement

ମୁମ୍ବାଇ: ମହାରାଷ୍ଟ୍ରର ଲକ୍ଷ ଲକ୍ଷ କୃଷକଙ୍କୁ ଗୁରୁବାର ଦିନ ବଡ ଉପହାର ମିଳିବ। “ଦର୍ଶନ କ୍ୟୁ କମ୍ପେ୍ଲକ୍ସର’ ଉଦଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ଆଜି ଶିରିଡି ଗସ୍ତ କରିଛନ୍ତି। ଏଥିସହ ୭୫୦୦ କୋଟି ଟଙ୍କାର ବିକାଶ ପରିଯୋଜନାର ଉପହାର ଦେବେ । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ “ନମୋ ଶେତକାରୀ ମହାସମ୍ମାନ ନିଧି’ ଯୋଜନାର ପ୍ରଥମ କିସ୍ତି ଜାରି କରିବେ, ଯେଉଁଥିରେ ୮୬ ଲକ୍ଷରୁ ଅଧିକ କୃଷକଙ୍କୁ ଫାଇଦା ମିଳିବ । ମହାରାଷ୍ଟ୍ର ସରକାର ମୌସୁମୀ ଅଧିବେଶନରେ ଏହି ଯୋଜନା ପାଇଁ ୪ ହଜାର କୋଟି ଟଙ୍କାର ପ୍ରସ୍ଥାବ ଆଗତ କରିଥିଲେ ।

ଆଜି ସେ ଦ୍ୱିପ୍ରହର ୧ଟାରେ ଅହମଦାବାଦ ଜିଲ୍ଲାର ଶିରିଡିରେ ପହଁଚିଛନ୍ତି, ଯେଉଁଠାରେ ଶ୍ରୀ ସାରବାବା ସମାଧି ମନ୍ଦିରରେ ପୂଜା ଏବଂ ଦର୍ଶନ କରିଛନ୍ତି । ଏହାରି ମଧ୍ୟରେ ଶିରିଡି ସାଇବାବା ମନ୍ଦିରରେ ନୂଆ ଦର୍ଶନ କ୍ୟୁ କମ୍ପେ୍ଲକ୍ସର ଉଦଘାଟନ କରିବେ । ଏହା ପରେ ଅପରାହ୍ନ ପ୍ରାୟ ୨ ଟାରେ ପ୍ରଧାନମନ୍ତ୍ରୀ ନିଲୱାଣ୍ଡେ ଡ୍ୟାମର ଜଳ ପୂଜା କରିବେ ଏବଂ ବନ୍ଧର ଏକ କେନାଲ ନେଟୱାର୍କ ଦେଶ ପାଇଁ ଉତ୍ସର୍ଗ କରିବେ। ତା’ପରେ ଅପରାହ୍ନ ପ୍ରାୟ ୩.୧୫ ସମୟରେ ପ୍ରଧାନମନ୍ତ୍ରୀ ଶିରିଡିର ଏକ ସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ, ଯେଉଁଠାରେ ସେ ସ୍ୱାସ୍ଥ୍ୟ, ରେଳ, ସଡକ ଏବଂ ତୈଳ ପରି ପ୍ରାୟ ୭୫୦୦ କୋଟି ଟଙ୍କା ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ। ଏହା ପରେ ପ୍ରଧାନମନ୍ତ୍ରୀ ଗୋଆ ଯିବେ।

୮୫ କିଲୋମିଟର କେନାଲ ନେଟୱାର୍କ ଜଳର ପାଇପ୍ ବିତରଣ ନେଟୱାର୍କକୁ ସୁଗମ କରି ୧୮୨ ଟି ଗାଁକୁ ଉପକୃତ କରିବେ। ନିଲୱାଣ୍ଡେ ଡ୍ୟାମର ପ୍ରକଳ୍ପ ପ୍ରଥମେ ୧୯୭୦ ରେ ଆରମ୍ଭ କରାଯାଇଥିଲା। ଏହା ପ୍ରାୟ ୫,୧୭୭ କୋଟି ଟଙ୍କା ବ୍ୟୟରେ ବିକଶିତ ହେଉଛି ବୋଲି ବିବୃତ୍ତିରେ କୁହାଯାଇଛି।

Get real time updates directly on you device, subscribe now.