fbpx

କେଜ୍ରିୱାଲଙ୍କ ବୟାନ; ଆମ୍ ଆଦମୀ ପାର୍ଟିକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛନ୍ତି ପ୍ରଧାନମନ୍ତ୍ରୀ

ଓଡିଶା ଭାସ୍କର; ସବୁ ସମୟରେ ବିଜେପି ସରକାର ତଥା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶାଣିତ ଆକ୍ରମଣ କରି ଚର୍ଚ୍ଚାରେ ରହିଥାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଆପ)ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ସେହିପରି ଆପ-ବିଜେପିର ଆକ୍ରମଣ ଓ ପ୍ରତିଆକ୍ରମଣକୁ ନେଇ ଜାତୀୟ ରାଜନୀତି ମଧ୍ୟ ସବୁବେଳେ ବେଶ ସରଗରମ ରହିଥାଏ । ତେବେ ଏହାରି ଭିତରେ ଆଜି ପୁଣି ଏକ ବଡ଼ ବୟାନ ରଖି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଏକ ବୟାନକୁ ନେଇ ଖୁବ ଚର୍ଚ୍ଚା ଦେଖିବାକୁ ମିଳିଛି । ଆମ ଆଦମୀ ପାର୍ଟିକୁ ଧ୍ୱଂସ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଚେଷ୍ଟା କରୁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି । ଏହା ସହ ଦୁର୍ନୀତିକୁ ଶେଷ କରିବା ପ୍ରଧାନମନ୍ତ୍ରୀଙ୍କ ଏଜେଣ୍ଡା ନୁହେଁ । ସମସ୍ତ ଦୁର୍ନୀତିଗ୍ରସ୍ତ ଭାଜପାରେ ଯୋଗ ଦେଇଛନ୍ତି ବୋଲି କହି ବିଜେପିକୁ ସେ ଟାର୍ଗେଟ କରିଛନ୍ତି ।

କେଜରିୱାଲ କହିଛନ୍ତି, ଆମ ଆଦମୀ ପାର୍ଟି ବିଧାୟକଙ୍କ ବିରୋଧରେ ୧୭୦ ରୁ ଅଧିକ ମାମଲା ରୁଜୁ ହୋଇଛି ଏବଂ ସେଥିମଧ୍ୟରୁ ୧୪୦ଟି ଆମ ସପକ୍ଷରେ ଅଛି । ଗତ ୨ ବର୍ଷ ମଧ୍ୟରେ ବିଜେପି ସରକାର ଆମର ମନ୍ତ୍ରୀ ତଥା ବରିଷ୍ଠ ନେତାମାନଙ୍କୁ ଗିରଫ କରିବା ଆରମ୍ଭ କରିଛନ୍ତି। ସେମାନେ ସଞ୍ଜୟ ସିଂଙ୍କୁ ଗିରଫ କରି ଅମାନତୁଲ୍ଲା ଖାନଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଥିଲେ। କେଜରିୱାଲ କହିଛନ୍ତି ଏହି ମାମଲା କୋର୍ଟରେ ଅଛି ତେଣୁ ମୁଁ ଆଉ କିଛି କହିବି ନାହିଁ, କିନ୍ତୁ ଯଦି ଆପଣ ମନୀଷ ସିସୋଡିଆଙ୍କ ମାମଲାର ଶୁଣାଣି ଶୁଣିଥିବେ, ବିଚାରପତି ବାରମ୍ବାର କହିବା ପରେ ମଧ୍ୟ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ । ଯାହାର ଅର୍ଥ ହେଉଛି ପୁରା ମାମଲା ନକଲି।

ଏହା ପ୍ରଥମ ଘଟଣା ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପ ବିଧାୟକଙ୍କ ଉପରେ ଚଢ଼ାଉ କରିଛନ୍ତି। ସେ ଆପକୁ ଧ୍ୱଂସ କରିବା ପାଇଁ ଚେଷ୍ଟା କରୁଛନ୍ତି । ସର୍ବପ୍ରଥମେ ସେମାନେ ସୁଙ୍ଘଲୁ କମିଟି ଗଠନ କଲେ, କୌଣସି ଅନିୟମିତତା ମିଳିଲା ନାହିଁ। ସମସ୍ତ ଅନୁସନ୍ଧାନ ନକଲି। ଦୁର୍ନୀତିକୁ ଶେଷ କରିବା ପ୍ରଧାନମନ୍ତ୍ରୀଙ୍କ ଏଜେଣ୍ଡା ନୁହେଁ । ସମସ୍ତ ଦୁର୍ନୀତିଗ୍ରସ୍ତ ବର୍ତ୍ତମାନ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବାର ଦୁଇ ଦିନ ପରେ ସେହି ନେତାମାନଙ୍କୁ ଭାଜପାରେ ସାମିଲ କରାଯାଇଥିଲା। ସେମାନଙ୍କ ବିରୋଧରେ ହୋଇଥିବା ମାମଲାରେ କୌଣସି ଗିରଫଦାରୀ ହୋଇନାହିଁ ବୋଲି କେଜ୍ରିୱାଲ କହିଛନ୍ତି ।

Get real time updates directly on you device, subscribe now.