ମୋଦୀ ପିନ୍ଧିଲେ ଦେଢ ଲକ୍ଷ ଟଙ୍କାର ଚଷମା, ପ୍ରମାଣ ଦେଲା ସୋସିଆଲ ମିଡିଆ

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ,୨୬ ।୧୨: ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଆଜି ସକାଳ ୮ଟା ୧୯ରୁ ଆରମ୍ଭ ହୋଇ ଦିନ ୧୧ଟା ୨୮ଶେଷ ହୋଇଛି । ମହାକାଶରେ ଦୃଶ୍ୟମାନ ଏହି ମହାଜାଗତିକ ଦୃଶ୍ୟକୁ ସାରା ଦେଶବାସୀ ଦେଖିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସୂର୍ଯ୍ୟୋପରାଗକୁ ଦେଖିବା ସହ ଟ୍ୱିଟର ଆକାଉଣ୍ଟରେ ଫଟୋ ସହ ନିଜର ମତ ସେୟାର କରିଥଲେ । ସୋସିଆଲ ମିଡିଆରେ ୟୁଜର୍ସମାନେ ପ୍ରତିକ୍ରିୟା ଦେବା ସହ ମୋଦୀଙ୍କ ଚଷମାର ଦାମ୍ ମଧ୍ୟ କହିଛନ୍ତି ।

ତେବେ ମୋଦୀ ସୂର୍ଯ୍ୟୋପରାଗର ଫଟୋ ସେୟାର କରି ଲେଖିଥିଲେ ଯେ, ଅଧିକାଂଶ ଭାରତୀୟଙ୍କ ପରି ମୁଁ ବି ସୂର୍ଯ୍ୟପରାଗକୁ ନେଇ ବହୁତ ଉତ୍ସାହିତ ଥିଲି। କିନ୍ତୁ ଘନ ବାଦଲ ଯୋଗୁ ସୂର୍ଯ୍ୟଙ୍କୁ ଦେଖିପାରିଲି ନାହିଁ। ତେବେ କୋଝିକୋଡ୍‌ ଏବଂ ଅନ୍ୟ ଅଞ୍ଚଳରେ ପରାଗ ଦୃଶ୍ୟକୁ ଲାଇଭ୍‌ ଷ୍ଟ୍ରିମରେ ଦେଖିଲି। ଏହା ସହିତ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରି ଏ ବିଷୟରେ କିଛି ଅଧିକ ଜ୍ଞାନ ଆହରଣ କଲି।’

ଜଣେ ୟୁଜର୍ସ କହିଥିଲେ ଯେ, ‘ମୋଦୀଜୀ ! ଆପଣଙ୍କର ମିମ୍ ହେବାକୁ ଯାଉଛି ।’ ଏଥିରେ ଆପଣଙ୍କୁ ସ୍ୱାଗତ ବୋଲି ମୋଦୀ ଉତ୍ତର ଦେଇଥିଲେ । ଆଉ ଜଣେ ୟୁଜର୍ସ ମୋଦୀଙ୍କ ଚଷମାକୁ ଜର୍ମାନୀର କହିବା ସହ ତାର ପ୍ରମାଣ ମଧ୍ୟ ଦେଇଥିଲେ । ଚଷମାର ଦାମ୍ ଦେଢ ଲକ୍ଷ ଟଙ୍କା ବୋଲି ୟୁଜର୍ସ ଜଣକ ସୋସିଆଲ ମିଡିଆରେ ପ୍ରମାଣ ମଧ୍ୟ ଦେଇଛନ୍ତି । ଏହା ପରେ ମୋଦୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

Get real time updates directly on you device, subscribe now.