fbpx

ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ମୋଦୀଙ୍କର WhatsApp Channel: ଆପଣ ମଧ୍ୟ ଏଥିରେ ଯୋଡ଼ି ହୋଇ ପାରିବେ

AAKASH

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହ୍ୱାଟସଆପ ଚାନେଲରେ ଯୋଡ଼ି ହୋଇଛନ୍ତି । ଏହି ନୂଆ ଫିଚର ଆରମ୍ଭ ହେବା ପରେ ସେଥିରେ ଭାରତୀୟ କ୍ରିକେଟର୍ସଙ୍କ ବ୍ୟତୀତ ବଲିଉଡ ସେଲିବ୍ରେଟି ମଧ୍ୟ ସାମିଲ ହୋଇଛନ୍ତି । ତେବେ ପିଏମ୍ ମୋଦୀ ଏହି ଚାନେଲରେ ଯୋଡ଼ିହେବା ଦେଶର ପ୍ରତ୍ୟେକ ନାଗରିକ ତଥା ସୋସିଆଲ ମିଡ଼ିଆ ସହିତ ଜଡ଼ିତ ରହୁଥିବା ଲୋକଙ୍କ ପାଇଁ ଖୁସିର ଖବର ।

ସୂଚନା ମୁତାବକ, ଏହି ଚାନେଲ ମାଧ୍ୟମରେ ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ଅପଡେଟ୍ସ ପାଇ ପାରିବେ । ନିକଟରେ ଲଞ୍ଚ ହୋଇଥିବା ମେଟାର ନୂଆ ଫିଚର ଜରିଆରେ ଆଡମିନ ନିଜର ଫଲୋଅର୍ସଙ୍କ ସହିତ ଟେକ୍ସଟ, ଫଟୋ, ଭିଡିଓ, ଷ୍ଟିକର ଆଦି ଶେୟାର କରିପାରିବେ । ଏହା ମଧ୍ୟରେ ମୋଦୀ ତାଙ୍କର ଫଲୋଅର୍ସଙ୍କ ପାଇଁ ପ୍ରଥମ ପୋଷ୍ଟ ଶେୟାର କରିଛନ୍ତି । ସେ ନୂତନ ସଂସଦରେ ନିଜର ଏକ ଫଟୋ ଶେୟାର କରିବା ସହ ‘ହ୍ୱାଟସଆପ କମ୍ୟୁନିଟି ସହ ଯୋଡ଼ି ହୋଇ ଖୁସିରେ ଅଛି ଓ ଅପାଣମାନେ ଏକାଠି ଯୋଡ଼ି ହୁଅନ୍ତୁ’ ବୋଲି ଲେଖିଛନ୍ତି ।

ତେବେ ଯଦି ଆପଣଙ୍କର ହ୍ୱାର୍ଟଆପରେ ଏହି ଫିଚର ଅପଡେଟ ହୋଇନାହିଁ ତେବେ ଆପଣମାନେ ପ୍ରଥମେ ପ୍ଲେ ଷ୍ଟୋରକୁ ଯାଇ ତାହାକୁ ଅପଡେଟ୍ କରାଇ ନିଅନ୍ତୁ । ଏହାପରେ ଷ୍ଟାଟସ ଜାଗାରେ ଉକ୍ତ ଅପସନ ଦେଖାଯିବ । ଆପଣ ‘ଫାଇଣ୍ଡ ଚାନେଲ’କୁ ଯାଇ ‘ନରେନ୍ଦ୍ର ମୋଦୀ’ ସର୍ଚ୍ଚ କରି ତାହାକୁ ଫଲୋ କରିପାରିବେ । ବର୍ତ୍ତମାନ ଆଇଓଏସ ଡିଭାଇସ ପାଇଁ ହ୍ୱାଟଆପ ଚାନେଲ ଫିଚର ଲଞ୍ଚ କରାଯାଇଛି । ଆଣ୍ଡ୍ରଏଡ ୟୁଜର୍ସଙ୍କୁ ଏହି ଫିଚର ପାଇଁ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ ।

Pm Narendra Modi Whatsapp Channel Post File Photo

Get real time updates directly on you device, subscribe now.