fbpx
BSKY
BJD YOUTH SKY
BJD MS SKY

ଆଗାମୀ ୫ ବର୍ଷରେ ୭ଟି ଚାକିରିର ଡିମାଣ୍ଡ ଅଧିକ ମାତ୍ରାରେ ବୃଦ୍ଧି ପାଇବ

ନୂଆଦିଲ୍ଲୀ: ଜୀବନରେ ସମସ୍ତେ ସଫଳତା ପାଇବାକୁ ଚାହିଁଥାନ୍ତି ଆଉ ଖୁସିରେ ରହିବାକୁ ଚାହିଁଥାନ୍ତି । ମାତ୍ର ସଫଳତା ପାଇବାକୁ ହେଲେ କଠୋର ପରିଶ୍ରମ କରିବାକୁ ପଡ଼ିଥାଏ । ତେବେ ଅନେକ କ୍ଷେତ୍ରରେ କିଛି ବ୍ୟକ୍ତି କଠୋର ପରିଶ୍ରମ କରୁଥିଲେ ହେଁ ସେମାନେ ମନମୁତାବକ ସଫଳତା ହାସଲ କରିପାରିନଥାନ୍ତି । ଏହା ପଛର ବଡ଼ କାରଣ ହେଉଛି ଉପଯୁକ୍ତ ଚାକିରି ଚୟନ ନ କରିବାର ଭୁଲ ।

ତେଣୁ ଆପଣମାନେ ଯଦି ମାର୍କେଟରେ ଚାହିଦା ଥିବା ଚାକିରି କରିବେ ତେବେ ମାର୍କେଟ ଆଗକୁ ବଢ଼ିବା ସହିତ ଆପଣ ମଧ୍ୟ ଜୀବନରେ ଉନ୍ନତି କରିପାରିବେ । ତେବେ ଆଗାମୀ ଦିନରେ କେଉଁ ଚାକିରିର ଡିମାଣ୍ଡ ବଢ଼ିବା ଯଦି ତା’ ଉପରେ ଆପଣ ଟିକେ ଚିନ୍ତା କରିବେ ତେବେ ଏହା ଆପଣଙ୍କୁ ନିଶ୍ଚିତ ଭାବେ ବେନିଫିଟ୍ ଦେବ ।

୧- ଦେଶର ବଡ଼ ବଡ଼ କମ୍ପାନୀମାନେ ଆଜିକାଲି ଡାଟା ଆଧାରରେ ଭବିଷ୍ୟତର ନିଷ୍ପତ୍ତି ନେଉଛନ୍ତି । ତେଣୁ ଏପରି ସ୍ଥିତିରେ ଆଗାମୀ ଦିନରେ ଡାଟା ଆନାଲିଷ୍ଟ ଓ ସାଇଣ୍ଟିଷ୍ଟର ଡିମାଣ୍ଡ ବହୁତ ବଢ଼ିବାର ସମ୍ଭାବନା ରହିଛି ।

୨- ଟେକ ଇଣ୍ଡଷ୍ଟ୍ରି ବର୍ତ୍ତମାନ ବଢ଼ୁଥିବା ବେଳେ ସଫ୍ଟୱେର ଡେଭଲପର୍ସଙ୍କ ଭୂମିକା ମଧ୍ୟ ବଢ଼ିବାରେ ଲାଗିଛି । ଟେକ୍ନୋଲୋଜି ଆଡଭାନ୍ସ ହେବା ସହିତ ସ୍କିଲ ଡେଭଲପର୍ସଙ୍କ ଡିମାଣ୍ଡ ବଢ଼ିବ ।

୩- ହେଲଥ କେୟାର କ୍ଷେତ୍ରର ଚାହିଦା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ତେଣୁ କେବଳ ଡାକ୍ତର ନୁହନ୍ତି, ନର୍ସ, ଫିଜିସିଆନ ଆସିଷ୍ଟାଣ୍ଟ, ମେଡିକାଲ ଟେକ୍ନୋଲୋଜିଷ୍ଟଙ୍କର ମଧ୍ୟ ଡିମାଣ୍ଡ ବଢ଼ିବ ।

୪- ଡିଜିଟାଲ ଆସେଟସକୁ ସୁରକ୍ଷିତ ରଖିବା ପାଇଁ ସାଇବର ସିକ୍ୟୁରିଟି ଏକ୍ସପର୍ଟଙ୍କ ଡିମାଣ୍ଡ ନିଶ୍ଚିତ ଭାବେ ବୃଦ୍ଧି ପାଇବ ।

୫- ସରକାର ଉଦ୍ୟୋଗ କ୍ଷେତ୍ରକୁ ପ୍ରଧାନ୍ୟ ଦେଉଥିବା ବେଳେ ବ୍ୟବସାୟରେ ସହାୟତା ପାଇଁ ଆର୍ଥିକ ପରାମର୍ଶଦାତାଙ୍କ ଆବଶ୍ୟକତା ପଡ଼ିବ ।

୬- ରିନ୍ୟୁଏବଲ ଏନର୍ଜୀ ସୋର୍ସ ବଢ଼ିବା ସହିତ ସୋଲାର ଏନର୍ଜି ଟେକ୍ନିସିଆନ୍ସଙ୍କର ଡିମାଣ୍ଡ ବଢ଼ିବାରେ ଲାଗିଛି । ଏହି କ୍ଷେତ୍ରରେ ଆଗକୁ ବହୁତ ସମ୍ଭାବନା ସୃଷ୍ଟି ହେବ ।

୭- ଅନଲାଇନ ପ୍ଲାଟଫର୍ମକୁ ଅଧିକାଂଶ ବିଜିନେସ ଶିଫ୍ଟ ହେଉଥିବା ବେଳେ ଡିଜିଟାଲ ମାର୍କେଟିଂର ଚାହିଦା ଆଗାମୀ ଦିନରେ ବହୁଳ ଭାବେ ବୃଦ୍ଧି ପାଇବ ।

Get real time updates directly on you device, subscribe now.