କେବେ ବି ବାଥରୁମରେ ରଖନ୍ତୁ ନାହିଁ ଟୁଥ୍ ବ୍ରସ୍: ଜାଣନ୍ତୁ ଏହା ଦ୍ୱାରା କ’ଣ ହୋଇଥାଏ କ୍ଷତି….

News across the Earth, news close to your heart, Read Odisha Bhaskar English

ଓଡ଼ିଶା ଭାସ୍କର: ବଡ଼ ପରିବାର କିମ୍ବା ବାହାରେ ରହୁଥିବା ଲୋକମାନେ ପ୍ରାୟତଃ କମନ୍ ବାଥରୁମ୍ ବ୍ୟବହାର କରନ୍ତି । ସେଠି ସମସ୍ତଙ୍କ ଟୁଥ୍ ବ୍ରସ୍ ସବୁ ଏକାଠି ରଖାଯାଏ, ଯାହା ଅତ୍ୟନ୍ତ ଖରାପ ହୋଇଥାଏ । ଦାନ୍ତ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବାଥରୁମରେ ଟୁଥ୍ ବ୍ରସ୍ ରଖିବା ଦ୍ୱାରା ଏହା ମଳ କଣିକା ସଂସ୍ପର୍ଶରେ ଆସିଥାଏ । ଟଇଲେଟ୍ ର ଢାଙ୍କଣା ବନ୍ଦ ନକରି ଫ୍ଲାସ୍ ବ୍ୟବହାର କଲେ ଏପରି ହୋଇଥାାଏ । ଯାହା ଦ୍ୱାରା ବାୟୁରେ ଜଳର କ୍ଷୁଦ୍ର ବୁନ୍ଦା ବାହାରିପାରେ, ଯେଉଁଥିରେ ମଳରୁ ଅଣୁଜୀବ ଏବଂ ବ୍ୟାକ୍ଟେରିଆ ବାହାରି ଆପଣଙ୍କ ଟୁଥ୍ ବ୍ରସ୍ ଉପରେ ଜମା ହୋଇପାରେ ।
ଟଏଲେଟ୍ ସିଟ୍ ନିକଟରେ ଟୁଥ୍ ବ୍ରସ୍ ରଖନ୍ତି କି? ଯଦି ଏପରି ହୁଏ, ତେବେ ଏହା ଏହାକୁ ଦୂଷିତ କରିପାରେ। ଏହାବ୍ୟତୀତ ବାଥରୁମ ପ୍ରାୟତଃ ଓଦା ହୋଇଥାଏ, ଯାହା ବ୍ୟାକ୍ଟେରିଆ ଏବଂ ଫଙ୍ଗସ୍ ଭଳି ବାୟୁବାହିତ ଜିନିଷର ବୃଦ୍ଧି କୁ ବଢାଇଥାଏ ଏବଂ ଟୁଥ୍ ବ୍ରସକୁ ଅପରିଷ୍କାର କରିଥାଏ ।

ଯଦି ଆପଣ ଆପଣଙ୍କ ବାଥରୁମ୍ କୁ ଅଧିକ ଲୋକଙ୍କ ସହ ସେୟାର କରନ୍ତି, ତେବେ ପ୍ରଦୂଷଣହେବାର ଅଧିକ ସମ୍ଭାବନା ଥାଏ, କାରଣ ଅନେକ ଲୋକ ବିଭିନ୍ନ ସ୍ଥାନକୁ ସ୍ପର୍ଶ କରିପାରନ୍ତି । ଯେହେତୁ ଅନେକ ସମୟରେ ଆପଣଙ୍କ ପାଖରେ ବାଥରୁମ୍ ସେୟାର କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥାଏ, ଏଠାରେ ଅନେକ ଉପାୟ ଅଛି ଯାହା ଦ୍ୱାରା ଆପଣ ନିଜ ଟୁଥ୍ ବ୍ରସ୍ ସହିତ ନିଜକୁ ଏହି ସମ୍ଭାବ୍ୟ କ୍ଷତିକାରକ ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିବାରୁ ରକ୍ଷା କରିପାରିବେ । ଟୁଥ୍ ପେଷ୍ଟ କରିବା ପୂର୍ବରୁ ଟ୍ୟାପ୍ ପାଣିରେ ଟୁଥ୍ ବ୍ରସ୍ କୁ ଭଲ ଭାବେ ଧୋଇ ନିଅନ୍ତୁ, ଏହା ଏକ ଭଲ ଅଭ୍ୟାସ। ଏହା ଆପଣଙ୍କ ଟୁଥ୍ ବ୍ରସ୍ ପୃଷ୍ଠରେ ଥିବା ମଇଳା ଓ ବ୍ୟାକ୍ଟେରିଆକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ଆପଣ ପ୍ରତି ତିନିରୁ ଚାରି ମାସରେ କିମ୍ବା ଏହା ପୂର୍ବରୁ ମଧ୍ୟ ଆପଣଙ୍କ ଟୁଥ୍ ବ୍ରସ୍ ବଦଳାନ୍ତୁ । ପୁରୁଣା ଟୁଥ୍ ବ୍ରସ୍ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଏହାଦ୍ଵାରା ଆପଣଙ୍କ ଦାନ୍ତ ଠିକ୍ ଭାବରେ ସଫା ହୋଇପାରିବ ନାହିଁ । ଏହାବ୍ୟତୀତ ଧୂଳି ଓ ବ୍ୟାକ୍ଟେରିଆରୁ ରକ୍ଷା ପାଇବା ପାଇଁ ନିୟମିତ ଟୁଥ୍ ବ୍ରସ୍ ଷ୍ଟାଣ୍ଡକୁ ଧୋଇ ଦିଅନ୍ତୁ। ଫ୍ଲଶ କରିବା ପୂର୍ବରୁ ଟୈଲେଟର ଢାଙ୍କୁଣା ନିଶ୍ଚିତ ଭାବେ ବନ୍ଦ କରନ୍ତୁ। ୨୦୧୨ରେ ବ୍ରିଟେନର ଏକ ଅଧ୍ୟୟନରେ ଶୌଚାଳୟ ଢାଙ୍କା ଖୋଲା ଓ ବନ୍ଦ ଥିବା ସମୟରେ ସି ଡିଫିସିଲ୍ ର ବିସ୍ତାର ପରୀକ୍ଷା କରାଯାଇଥିଲା। ଟୈଲେଟର ଢାଙ୍କୁଣା ବନ୍ଦ କରି ଫ୍ଲାସ୍ କରାଯାଇଥିବା ବେଳେ ସିଟ୍ ଉପରେ ୨୫ ସେଣ୍ଟିମିଟର ପର୍ଯ୍ୟନ୍ତ ବ୍ୟାକ୍ଟେରିଆ ଦେଖିବାକୁ ମିଳିଥିଲା। ‘

Get real time updates directly on you device, subscribe now.