fbpx
BSKY
BJD YOUTH SKY
BJD MS SKY

ବାତ୍ୟା ମୁକାବିଲା ପାଇଁ ସ୍ପେଶାଲ ପ୍ଲାନ: ରାଜ୍ୟରେ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ଡିଜାଷ୍ଟର ପ୍ରୋଜେକ୍ଟ’: ଜଳ ସମ୍ପଦ ବିଭାଗ ଖର୍ଚ୍ଚ କରିବ ୮୦୦ କୋଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀ କିପରି ବାତ୍ୟା ଦାଉରୁ ରକ୍ଷା ପାଇବେ ସେନେଇ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସାମର୍ଥ୍ୟ ହାସଲ କରିବା ସହିତ ପୁରସ୍କାର ଲାଭ କରିଥିଲା । ତେଣୁ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି ।

ସୂଚନା ମୁତାବକ, ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟାରେ ପ୍ରକୋପକୁ ରୋକିବା ପାଇଁ ‘ମୁଖ୍ୟମନ୍ତ୍ରୀ ଡିଜାଷ୍ଟର ରେଜିଲିଆଣ୍ଟ ସାଲାଇନ୍ ଏମ୍ବାକମେଣ୍ଟ ପ୍ରୋଜେକ୍ଟ’ ଆରମ୍ଭ ହେବ । ଏହି ପ୍ରୋଜେକ୍ଟ କାର୍ଯ୍ୟକାରୀ ହେଲେ ସମୁଦ୍ର ଜୁଆରକୁ ପ୍ରତିରୋଧ କରାଯିବ । ଫଳରେ ବାତ୍ୟା ପରବର୍ତ୍ତୀ ବନ୍ୟା ଦାଉରୁ ମଧ୍ୟ ଗ୍ରାମବାସୀ ରକ୍ଷା ପାଇ ପାରିବେ । ସେଥିପାଇଁ ଆସନ୍ତା ନଭେମ୍ବର ମାସରୁ କାର୍ଯ୍ୟ ଆରମ୍ଭ ହେବ ।

ରାଜ୍ୟରେ ରହିଥିବା ପୁରୁଣା ଲୁଣାବନ୍ଧକୁ ସୁଦୃଢ଼ୀକରଣ କରାଯିବା ପାଇଁ ଟେଣ୍ଡର ସମାପ୍ତ ହୋଇଛି । ସମୁଦ୍ର କୂଳରୁ ୧୦ରୁ ୧୨ କିଲୋମିଟର ମଧ୍ୟରେ ରହିଥିବା ଲୁଣାବନ୍ଧ ନିର୍ମାଣ କରାଯିବ । ଏଥିପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ପାଖାପାଖି ୮ ଶହ କୋଟି ଟଙ୍କା ନିର୍ମାଣ କରାଯିବ । ମୁଖ୍ୟମନ୍ତ୍ରୀ ଡିଜାଷ୍ଟର ପ୍ରୋଜେକ୍ଟ ଅଧିନରେ ଲୁଣାବନ୍ଧ ନିର୍ମାଣ ଓ ସୁଦୃଢ଼ୀକରଣ ପାଇଁ ୩୬ଟି କ୍ଷେତ୍ରରେ କାମ ହେବ । ପାଞ୍ଚ ବର୍ଷ ମଧ୍ୟରେ ଏହି ଯୋଜନା ସମାପ୍ତ ହେବା ନେଇ ଲକ୍ଷ୍ୟ ରହିଛି ।

Get real time updates directly on you device, subscribe now.