fbpx

ମୋ ଆଧାର ମୋ ପରିଚୟରେ ସାମିଲ ହେଲେ ଅଗ୍ରପୂଜ୍ୟ ଗଣେଶ

କଟକ: ଅଗ୍ରପୂଜ୍ୟ ଗଣେଶଙ୍କ ପାଖରେ ଏବେ ଅଛି ଆଧାର କାର୍ଡ । ଏବେ ଗଣେଶ ବି ବନାଇ ସାରିଛନ୍ତି ଆଧାର କାର୍ଡ । ମୋ ଆଧାର ମୋ ପରିଚୟରେ ସାମିଲ ହୋଇଯାଇଛନ୍ତି । ହଁ ଆଜ୍ଞା ଏବେ ଶ୍ରୀ ଗଣେଶଙ୍କ ର ଆଧାରକାର୍ଡ ସମସ୍ତେ ଦେଖି ପାରିବେ । ଟିକେ ଭଲ କରି ଦେଖିନିଅନ୍ତୁ ଏହି ଦୃଶ୍ୟକୁ । ଏହି ଦୃଶ୍ୟରେ ଭଗବାନ ଜନ୍ମ ତାରିଖଠାରୁ ଆରମ୍ଭ କରି ତାଙ୍କର ଠିକଣା ସବୁ କିଛି ରହିଛି । ଆଜି ଅଗ୍ର ପୂଜ୍ୟ ଗଜାନନ ଧରାବତରଣ କରିଛନ୍ତି । ସେଥିପାଇଁ ଆଜି ଚାରିଆଡେ ଉତ୍ସବମୁଖର । ସେଥିପାଇଁ ନିଆରା ଢଙ୍ଗରେ ବାବା ଗଜାନନଙ୍କୁ ସ୍ୱାଗତ ଭକ୍ତ । ଏ ଦୃଶ୍ୟ ହେଉଛି କଟକ ମହାନଦୀ ବିହାରର ଦୃଶ୍ୟ ।
ଯେଉଁ ଠାରେ କି ଗଣେଶ ମୂର୍ତି ଙ୍କୁ ଏକ ଆଧାର କାର୍ଡ ଭିତରେ ସ୍ଥାପିତ କରାଯାଇଛି ।

ଯେଉଁଥିରେ କୁ ତାଙ୍କ ନାମ ଗଣେଶ ବୋଲି ଲେଖା ଯାଇଥିବା ବେଳେ , ତାଙ୍କ ପିତା ଙ୍କ ନାମ ମହାଦେବ ବୋଲି ଲେଖାଯାଇଛି । କେବଳ ଏତିକି ନୁହଁ ଘର କୈଳାସ ପର୍ବତ ଉପରେ ବୋଲି ମଧ୍ୟ ଏଠାରେ ଲେଖା ଯାଇଚି । ତେବେ ଏହି ଭଳି ଏକ ନିଆରା ପ୍ରୟାସ ତଥା ଏକ ନୂତନ ଢାଞ୍ଚାରେ ଗଣେଶ ଙ୍କ ତୋରଣ ତିଆରି କରି ଥିବାରୁ ଅନେକ ଏଠାକୁ ଲୋକ ମାନଙ୍କ ସୁଅ ଛୁଟୁଛି । ଅନେକ ଲୋକ ଆସି ଏହି ଆଧାର କାର୍ଡ ତୋରଣ ଆଗରେ ଠିଆ ହୋଇ ଫଟୋ ଉଠେଇବା ସହ ଏହି ଭଳି ଏକ ଭିନ୍ନ ଚିନ୍ତା ଧାରା କୁ ପ୍ରଶଂସା କରିଛନ୍ତି ।

 

Get real time updates directly on you device, subscribe now.