fbpx
BSKY
BJD MC SKY
BJD YOUTH SKY

ସୋମବାର UNSCର ଉଚ୍ଚସ୍ତରୀୟ ବିତର୍କରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ସାମୁଦ୍ରିକ ସୁରକ୍ଷା ଉପରେ ହେବ ଆଲୋଚନା

ସୋମବାର ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ‘ସାମୁଦ୍ରିକ ସୁରକ୍ଷାକୁ ପ୍ରୋତ୍ସାହିତ କରିବା: ଆନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା’ ପ୍ରସଙ୍ଗରେ ଉଚ୍ଚ ସ୍ତରୀୟ ବିତର୍କରେ ଅଧ୍ୟକ୍ଷତା କରିବେ। ବୈଠକରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ସଦସ୍ୟ ଦେଶର ରାଷ୍ଟ୍ରାଧ୍ୟାକ୍ଷ, ସରକାରୀ ମୁଖ୍ୟ ଏବଂ ସଂଯୁକ୍ତ ରାଷ୍ଟ୍ର ପ୍ରଣାଳୀ ଏବଂ ପ୍ରମୁଖ ଆଞ୍ଚଳିକ ସଂଗଠନର ଉଚ୍ଚ ସ୍ତରୀୟ ବିଶେଷଜ୍ଞମାନେ ଯୋଗଦେବେ ବୋଲି ଆଶା କରାଯାଉଛି। ଏହି ବୈଠକରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଅଂଶଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ କୁହାଯାଇଛି ଯେ ସାମୁଦ୍ରିକ ଅପରାଧ ଏବଂ ଅସୁରକ୍ଷିତତାକୁ ପ୍ରଭାବଶାଳୀ ଭାବେ ମୁକାବିଲା କରିବା ଏବଂ ସାମୁଦ୍ରିକ କ୍ଷେତ୍ରରେ ସମନ୍ୱୟ ରକ୍ଷା କରିବା ପାଇଁ ଖୋଲା ବିତର୍କ ଉପରେ ଗୁରୁତ୍ୱ ଦିଆଯିବ। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସାମୁଦ୍ରିକ ସୁରକ୍ଷା ଏବଂ ସାମୁଦ୍ରିକ ଅପରାଧର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି ଏବଂ ବିଭିନ୍ନ ପ୍ରସ୍ତାବ ପାରିତ କରିଛନ୍ତି। ତେବେ, ଏହା ପ୍ରଥମ ଥର ହେବ ଯେ ଉଚ୍ଚ ସ୍ତରୀୟ ମୁକ୍ତ ବିତର୍କରେ ଏକ ସ୍ୱତନ୍ତ୍ର ଏଜେଣ୍ଡା ଭାବରେ ସାମୁଦ୍ରିକ ସୁରକ୍ଷା ଉପରେ ଆଲୋଚନା ହେବ।

କାର୍ଯ୍ୟାଳୟ ଏହା କହିଛି ଯେ ସାମୁଦ୍ରିକ ନିରାପତ୍ତାର ବିଭିନ୍ନ ଦିଗ ସହ ଜଡିତ ସମସ୍ୟାର ସମାଧାନ କେବଳ କୌଣସି ଦେଶ ସମାଧାନ କରିପାରିବ ନାହିଁ, ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏହାକୁ ଏକାଠି ବିଚାର କରିବା ଜରୁରୀ ଅଟେ । ଏହା ଦ୍ୱାରା ସାମୁଦ୍ରିକ କ୍ଷେତ୍ରରେ ପାରମ୍ପରିକ ଏବଂ ଅଣ ପାରମ୍ପରିକ ବିପଦକୁ ମଧ୍ୟ ମୁକାବିଲା କରାଯାଇପାରିବ  ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ମୁକ୍ତ ବିତର୍କରେ ଅଧ୍ୟକ୍ଷତା କରିଥିବା ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେବେ। ଏହି କାର୍ଯ୍ୟକ୍ରମ ଜାତିସଂଘ ସୁରକ୍ଷା ପରିଷଦ ୱେବସାଇଟରେ ସିଧା ପ୍ରସାରଣ ହେବ ଏବଂ ସନ୍ଧ୍ୟା ୫.୩୦ ରେ ଅନୁଷ୍ଠିତ ହେବ।

Get real time updates directly on you device, subscribe now.