fbpx

ମୋଦୀଙ୍କ ବୈଠକରେ ଯୋଗ ଦେବେ ପୁତିନ ଓ ଅନ୍ୟ ବିଶ୍ୱ ନେତା

ନୂଆଦିଲ୍ଳୀ: ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର ଅସ୍ଥାୟୀ ସୁରକ୍ଷା ପରିଷଦ(ୟୁଏନଏସସି)ର ବୈଠକରେ ଅଧ୍ୟକ୍ଷତା କରିବାକୁ ଯାଉଛନ୍ତି । ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବରେ ମୋଦୀ ଏହି ବୈଠକରେ ଅଧ୍ୟକ୍ଷତା କରିବାକୁ ଯାଉଛନ୍ତି । ସୂଚନା ଅନୁଯାୟୀ ଏହି ବୈଠକ ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ । ଏହି ବୈଠକରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସମେତ ଏକାଧିକ ବିଶ୍ୱନେତା ଯୋଗ ଦେବେ ବୋଲି ଜଣାପଡିଛି ।

ଭାରତ ଅଗଷ୍ଟ ମାସ ପାଇଁ ୟୁଏନଏସସିର ସଭାପତିତ୍ୱ କରୁଥିବା ବେଳେ ଆତଙ୍କବାଦ ଓ ସାମୁଦ୍ରିକ ସୁରକ୍ଷା ଉପରେ ଭାରତ ଗୁରୁତ୍ୱାରୋପ କରିବ ବୋଲି ଜଣାପଡିଛି । ପୁତିନଙ୍କ ବ୍ୟତିତ ଡେମୋକ୍ରାଟିକ ରିପବ୍ଲିକ୍ ଅଫ୍ କଙ୍ଗୋର ରାଷ୍ଟ୍ରପତି ଫେଲିକ୍ସ ଆଣ୍ଟୋନୀ ଶିସେକେଡି ଶିଲୋମ୍ବୋ ଏବଂ ଆମେରିକୀୟ ସଚିବ ଆଣ୍ଟୋନୀ ବ୍ଲିଙ୍କେନ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମୋଡରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ବୈଦେଶିକ ମନ୍ତ୍ରୀ ନ୍ୟୁୟର୍କରେ ସିଧାସଳଖ ଭାବରେ ଉପସ୍ଥିତ ରହିବେ ।

Get real time updates directly on you device, subscribe now.