fbpx

ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଏନେଇ କହିଲେ…

ନୂଆଦିଲ୍ଲୀ: ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି, ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆମେ ଦୃଢ ନିନ୍ଦା କରୁଛୁ। ଆମର ଚିନ୍ତାଧାରା ଏବଂ ପ୍ରାର୍ଥନା ପୀଡିତଙ୍କ ପରିବାର ଲୋକଙ୍କ ସହ ଅଛି। ଏହି ଦୁଃଖ ସମୟରେ ଭାରତ ଋଷ ସହିତ ଛିଡା ହୋଇଛି।

ତେବେ ଅନ୍ୟପଟେ ଏହି ଆତଙ୍କବାଦୀ ଆକ୍ରମଣକୁ ନେଇ ରାଜନେତା ତଥା ଭାରତର ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ସୁବ୍ରମଣ୍ୟମ ସ୍ୱାମୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ (ପୂର୍ବରୁ ଟ୍ୱିଟର) ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଏଥିରେ ସୁବ୍ରମଣ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶକୁ ମାଇକ୍ରୋମ୍ୟାନେଜ୍ କରିବା ପାଇଁ ଆହ୍ୱାନ କରିଛନ୍ତି। ମସ୍କୋରେ ଆଇଏସ୍ଆଇଏସ୍ ଦାବି ହୋଇଥିବା ଆକ୍ରମଣକୁ ମାଇକ୍ରୋ ମ୍ୟାନେଜମେଣ୍ଟ ବ୍ୟାକଫାୟାରର ଏକ ଉଦାହରଣ ବୋଲି ସେ ଦର୍ଶାଇଛନ୍ତି।

ସୁବ୍ରମଣ୍ୟମ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ମସ୍କୋ ନିକଟରେ ୧୪୦ ଆହତ ଏବଂ ୪୦ ଋଷିଆନଙ୍କୁ ହତ୍ୟା ନେଇ ଆଇଏସଆଇଏସ୍ ଦାବି କରିଛି। ପୁଟିନଙ୍କ ଦ୍ୱାରା ଋଷରେ ମାଇକ୍ରୋ-ମ୍ୟାନେଜ୍ ହେବା ଉଚିତ୍ ଏବଂ ଯଦି ଏପରି ହୋଇଥାନ୍ତା ତାହେଲେ ଆଇଏସଆଇଏସ୍ ଆସି ଧରାପଡିଥାନ୍ତା। ମୋଦୀ! ଜାଗ୍ରତ ହୁଅ! ମାଇକ୍ରୋ-ମ୍ୟାନେଜମେଣ୍ଟ ବ୍ୟାକଫାୟାର।”

ସୂଚନା ଥାଉକି,ଋଷରେ ରାଜଧାନୀ ମସ୍କୋ ନିକଟରେ ଥିବା କ୍ରୋକସ ସିଟି ହଲରେ ଏକ କନ୍‌ସର୍ଟ ସମୟରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ନିର୍ଦ୍ଦୟ ଭାବରେ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଗୁଳି ବିନିମୟ ପରେ ହଲରେ ବିସ୍ଫୋରଣ ଘଟିଥିଲା, ସେଥିପାଇଁ ଅଗ୍ନିକାଣ୍ଡ ଘଟିଥିଲା।

Get real time updates directly on you device, subscribe now.