fbpx

ସୋନିଙ୍କ ବିୟୋଗରେ ମୋଦୀଙ୍କ ଶୋକ

ନୂଆଦିଲ୍ଲୀ,୩୧ ।୧୨: ବିଜୁ ପଟ୍ଟନାୟକଙ୍କ ଜ୍ୱାଇଁ ଅର୍ଥାତ୍ ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପତ୍ନୀ ଗୀତା ମେହେଟ୍ଟାଙ୍କୁ ଏନେଇ ମୋଦୀ ସମବେଦନା ଜଣାଇଛନ୍ତି । ମୋଦୀ କହିଛନ୍ତି ଯେ, ସୋନି ଜଣେ ବିଜ୍ଞବ୍ୟକ୍ତିୀ ଭାବେ ସୁପରିଚିତ ଥିଲେ । ସାରା ବିଶ୍ୱରରେ ତାଙ୍କର ଅଗଣିତ ପାଠକ ଥିବା ବେଳେ ବିମୁଗ୍ଧ ପାଠକଙ୍କ ସ୍ମୃତିରେ ସର୍ବଦା ସୋନି ଅମର ରହିବେ । ଏଇ ଅସମୟରେ ଗୀତା ମେହେଟ୍ଟାଙ୍କୁ ଭଗବାନ ସହାୟ ହୁଅନ୍ତୁ ।’

ତେବେ ସୋନି ମେହେଟ୍ଟାଙ୍କ ଆଜି ୭୬ ବର୍ଷ ବୟସରେ ଦେହାନ୍ତ ହୋଇଛି । ଭିଣୋଇର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ନବୀନ କହିଥିଲେ ଯେ ସୋନି ବିଶ୍ୱର ଜଣେ ଶ୍ରେଷ୍ଠ ସମ୍ପାଦକ ଥିଲେ । ସୋନି ଜଣେ ଭଦ୍ର ଓ ଅମାୟିକ ବ୍ୟକ୍ତି । ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ସ୍ୱାମୀ ସନି ମେହେଟ୍ଟା ଏବେ Alfred A। Knopf ର ସମ୍ପାଦକ ଥିଲେ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସର୍ବଶ୍ରେଷ୍ଠ ବିକ୍ରି ପୁସ୍ତକ ପ୍ରକାଶ କରିଥିଲେ ସୋନି ମେହେଟ୍ଟା ।

Get real time updates directly on you device, subscribe now.