fbpx

ନୂଆବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୧ା୧୨(ଓଡ଼ିଶା ଭାସ୍କର): ଏଥର ନୂଆବର୍ଷ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଭିଣୋଇ ସନି ମେହେଟ୍ଟାଙ୍କ ଦେହାନ୍ତ ଯୋଗୁଁ ବ୍ୟକ୍ତିଗତ ଭାବେ ଶୋକ ପାଳୁଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଆସନ୍ତାକାଲି ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି ।

ଆଜି ବିଜୁପଟ୍ଟନାୟକଙ୍କ ଜ୍ୱାଇଁ ତଥା ଗୀତା ମେହେଟ୍ଟାଙ୍କ ସ୍ୱାମୀ ସନି ମେହେଟାଙ୍କ ଆଜି ଦେହାନ୍ତ ହୋଇଥିଲା । ୭୬ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ।
ଜଣେ ଖ୍ୟାତିସମ୍ପନ୍ନ ପ୍ରକାଶକ ଭାବେ ସୋନି ମେହେଟ୍ଟା ପରିଚିତ । ଟ୍ୱିଟ୍ କରି ଅମର ଆତ୍ମାର ସଦଗତି କାମନା କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହା ସହ ନବୀନ କହିଥିଲେ ଯେ ସନି ବିଶ୍ୱର ଜଣେ ଶ୍ରେଷ୍ଠ ସମ୍ପାଦକ ଥିଲେ । ସନି ଜଣେ ଭଦ୍ର ଓ ଅମାୟିକ ବ୍ୟକ୍ତି । ତେବେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ସ୍ୱାମୀ ସନି ମେହେଟ୍ଟା ଏବେ Alfred A। Knopf ର ସମ୍ପାଦକ ଥିଲେ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସର୍ବଶ୍ରେଷ୍ଠ ବିକ୍ରି ପୁସ୍ତକ ପ୍ରକାଶ କରିଥିଲେ ସୋନି ମେହେଟ୍ଟା ।

Get real time updates directly on you device, subscribe now.