fbpx

କିଲୀଆନ ଏମ୍‌ବାଫେ ଫ୍ରାନ୍ସ ଅପେକ୍ଷା ଭାରତରେ ଅଧିକ ଲୋକପ୍ରିୟ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଫ୍ରାନ୍ସ ଗସ୍ତରେ ଯାଇ ପ୍ୟାରିସରେ ପହଞ୍ଚିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ଏଠାରେ ତାଙ୍କର ସମ୍ବୋଧନ ସମୟରେ ଫ୍ରାନ୍ସ ଫୁଟବଲର କିଲୀଆନ ଏମ୍‌ବାଫେ’ଙ୍କର ପ୍ରଶଂସା କରିଛନ୍ତି। ବର୍ତ୍ତମାନ ସମୟର ଶ୍ରେଷ୍ଠ ଫୁଟବଲର ମାନଙ୍କ ମଧ୍ୟରୁ ଏମ୍‌ବାଫେ ଅନ୍ୟତମ । ୨୦୧୮ ବିଶ୍ୱକପ୍ ବିଜୟୀ ଦଳର ସେ ସଦସ୍ୟ ଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଫୁଟବଲର କିଲୀଆନ ଏମ୍‌ବାଫେଙ୍କ ପ୍ରଶଂସକ ଯେତିକି ଭାରତରେ ଅଛନ୍ତି, ସେତିକି ଫ୍ରାନ୍ସରେ ନାହାନ୍ତି। ଏହା ସହିତ ସେ ସ୍ୱୀଜରଲ୍ୟାଣ୍ଡ ଟେନିସ୍ ଖେଳାଳି ରୋଜର ପେଡେରରଙ୍କ କଥା ମଧ୍ୟ କହିଥିଲେ ।

ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ପହଞ୍ଚିବା ପରେ ଏୟାର ପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହାପରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମାରିକ ତଥା ନାଗରିକ ସମ୍ମାନ ମୋଦୀଙ୍କୁ ଗ୍ରାଣ୍ଡ୍ କ୍ରସ୍ ଅଫ୍ ଲେଜିଅନ୍ ଅଫ୍ ଅନରରେ ସମ୍ମାନିତ କରିଥିଲେ ।

Get real time updates directly on you device, subscribe now.