fbpx

ମନ କି ବାତ୍ ଜରିଆରେ ‘ଭୋକାଲ ଫର୍ ଲୋକାଲ’ ସ୍ୱପ୍ନକୁ ମିଳିମିଶି ପୁରଣ କରିବାକୁ ଦେଶବାସୀଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ରେଡିଓ ପ୍ରୋଗ୍ରାମ ମନ କି ବାତ୍ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ମନ କି ବାତ୍ କାର୍ଯ୍ୟକ୍ରମର ୧୦୬ ଏପିସୋଡ୍ । କାର୍ଯ୍ୟକ୍ରମର ଆରମ୍ଭ ଦିନ ୧୧ଟାରେ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗାନ୍ଧୀ ଜୟନ୍ତୀ ଅବସରରେ ଦିଲ୍ଲୀରେ ଖଦୀର ରେକର୍ଡ ବିକ୍ରି ବିଷୟରେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଦିଲ୍ଲୀର କନ୍ନଟ ପ୍ଲେସ୍‌ରେ ଗୋଟିଏ ଖଦୀ ଷ୍ଟୋରରୁ ଗୋଟିଏ ଦିନରେ ଦେଢ କୋଟିରୁ ଅଧିକ ଟଙ୍କାର ଖଦୀ ସାମଗ୍ରୀ ବିକ୍ରୀ ହୋଇଛି । ସେ କହିଛନ୍ତି ଏହି ମାସରେ ଚାଲୁ ରହିଥିବା ଖଦୀ ମହୋତ୍ସବରେ ପୁଣି ଥରେ ଖଦୀ ବିକ୍ରୀ ରେକର୍ଡ ଟପିଛି । ଏହା ସହିତ ପ୍ରଧାନମନ୍ତ୍ରୀ ଦେଶରେ ଏବେ ପାର୍ବଣକୁ ନେଇ ଜାରି ରହିଥିବା ଉତ୍ସାହ ବିଷୟରେ ମଧ୍ୟ କହିଛନ୍ତି । ସବୁଥର ପରି ଏଥର ମଧ୍ୟ ପାର୍ବଣ ସମୟରେ ଆମର ପ୍ରାଥମିକତା ଭୋକାଲ ଫର୍ ଲୋକାଲ ରହିଛି ଓ ଆମେ ସମସ୍ତେ ମିଳିମିଶି ଏହି ସ୍ୱପ୍ନକୁ ପୁରା କରିବା । ଆମର ସ୍ୱପ୍ନ ଆତ୍ମନିର୍ଭର ଭାରତ ଅଟେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି କୌଣସି ବି ସାମଗ୍ରୀ କିଣିବା ସମୟରେ ୟୁପିଆଇର ଉପଯୋଗ କରନ୍ତୁ । ଏହାକୁ ଜୀବନର ଏକ ଅଭ୍ୟାସ ଭାବରେ ଆପଣାଇବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।

୩୧ ଅକ୍ଟୋବର ଦିନର ଗୁରୁତ୍ୱ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସ୍ମରଣ କରାଇ ଦେଇଛନ୍ତି । ଏହିଦିନ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅଟେ । ସମସ୍ତ ଭାରତବାସୀ ଶ୍ରଦ୍ଧାପୂର୍ବକ ତାଙ୍କୁ ସ୍ମରଣ କରିବା ସହ ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବାକୁ ସେ ନିବେଦନ କରିଛନ୍ତି ।

Get real time updates directly on you device, subscribe now.