fbpx
BJD SKY
BJD SKY

ୱାଶିଂଟନ୍ ରେ ପ୍ରଧାନମନ୍ତ୍ରୀ: ପଞ୍ଜାବର ଘିଅ, ରାଜସ୍ଥାନରୁ ସୁନା ମୁଦ୍ରା, ମହାରାଷ୍ଟ୍ରର ଗୁଡ ସହିତ ଜିଲ୍ ବାଇଡେନ୍ ଙ୍କୁ ୭.୫ କ୍ୟାରେଟର ଡାଇମଣ୍ଡ ଉପହାର ଦେଲେ ମୋଦୀ

BJD

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତର ଆଜି ତୃତୀୟ ଦିନ । ପ୍ରଧାନମନ୍ତ୍ରୀ ୱାଶିଂଟନ୍ରେ ଆମେରିକାର ଫାଷ୍ଟ ଲେଡି ଜିଲ୍ ବାଇଡେନ୍ ଙ୍କ ସହିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ହ୍ୱାଇଟ୍ ହାଉସ୍ ରେ ପହଞ୍ଚିଛନ୍ତି ଯେଉଁଠାରେ ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କର ସ୍ୱାଗତ କରିଛନ୍ତି ।

ଏବେ ପ୍ରଧାନମନ୍ତ୍ରୀ ମୋଦୀ ୱାଶିଂଟନ୍ ଡିସିରେ ଅଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଏହାପରେ ମୋଦୀ ପ୍ରାଇଭେଟ୍ ଡିନର ଲାଗି ହ୍ୱାଇଟ୍ ହାଉସ୍ ରେ ପହଞ୍ଚିଛନ୍ତି ଯେଉଁଠାରେ ରାଷ୍ଟ୍ରପତି ବାଇଡେନ୍ ଓ ଫାଷ୍ଟ ଲେଡି ତାଙ୍କର ସ୍ୱାଗତ କରିଛନ୍ତି । ଏହି ଠାରେ ପ୍ରଧାନମନ୍ତ୍ରୀଙ୍କ ଲାଗି ବାଇଡେନ୍ ଗରବା ନୃତ୍ୟର ଆୟୋଜନ କରିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ବାଇଡେନଙ୍କୁ କିଛି ଖାସ୍ ଜିନିଷ ଦାନ କରିଛନ୍ତି । ଏଥିମଧ୍ୟରେ ରହିଛି ପଞ୍ଜାବର ଘିଅ, ରାଜସ୍ଥାନରୁ ୨୪ କ୍ୟାରେଟ୍ ହଲମାର୍କ ସୁନାରେ ତିଆରି ମୁଦ୍ରା, ମହାରାଷ୍ଟ୍ରର ଗୁଡ, ଉତ୍ତରାଖଣ୍ଡ ଚାଉଳ, ତାମିଲନାଡୁର ରାଶି, କର୍ଣ୍ଣାଟକ ମହୀଶୂରର ଚନ୍ଦନ କାଠ, ପଶ୍ଚିମବଙ୍ଗ କାରିଗରଙ୍କ ହାତ ତିଆରି ରୂପା ନାରିକେଳ, ଗୁଜୁରାଟ ଲୁଣ, ଭଗବାନ ଶ୍ରୀଗଣେଶଙ୍କ ମୂର୍ତ୍ତି । ଏହା ସହିତ ଜିଲ୍ ବାଇଡେନ୍ ଙ୍କୁ  ୭.୫ କ୍ୟାରେଟର  ଡାଇମଣ୍ଡ ଉପହାର ଦେଇଛନ୍ତି ।

ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଫାଷ୍ଟ ଲେଡି ଜିଲ୍ ବାଇଡେନ୍ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କିଛି ଖାସ୍ ଉପହାର ପ୍ରଦାନ କରିଛନ୍ତି । ସେଥିମଧ୍ୟରେ ରହିଛି ବିଂଶ ଶତାବ୍ଦୀର ଏକ ପ୍ରାଚୀନ ବୁକ୍ ଗ୍ୟାଲେରୀୀ, ଭିଣ୍ଟେଜ୍ ଆମେରିକା କ୍ୟାମେରା, ଆମେରିକା ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫ ସହ ଜଡିତ ଏକ ପୁସ୍ତକ , ରୋବର୍ଟ ଫ୍ର୍ରଷ୍ଟଙ୍କ ସଂଗୃହୀତ କବିତାର ପ୍ରଥମ ସଂସ୍କରଣ କପି ।

 

Get real time updates directly on you device, subscribe now.