fbpx

କଣ ରହିଛି ବ୍ରହ୍ମ ମୁହୂର୍ତ୍ତରେ ଉଠିବାର ଲାଭ ? ଜ୍ଞାନ ବୃଦ୍ଧି ସହ ସ୍ୱାସ୍ଥ୍ୟରେ ହୋଇପାରେ ଉନ୍ନତି

ଭୁବନେଶ୍ୱର : ହିନ୍ଦୁ ଧର୍ମରେ ବ୍ରହ୍ମ ମୁହୂର୍ତ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ସମୟକୁ ଶୁଭ ସମୟ ବୋଲି ମନେ କରାଯାଏ । ବେଦ-ପୂରାଣରେ ମୁନି ଋଷି ଗଣ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ପାଇଁ ପରାମର୍ଶ ଦେଉଥିଲେ । ଏହି ମୁହୂର୍ତ୍ତରେ ଉଠିଲେ ଅନେକ ଲାଭ ହୋଇଥାଏ । ଏହି ସମୟରେ ଉଠି ଗାଧୋଇବା, ଯୋଗ କରିବା ଏବଂ ପୂଜା କରିବା ଦ୍ୱାରା ଆମର ପ୍ରାର୍ଥନା ସିଧାସଳଖ ପରମାତ୍ମା ପର୍ଯ୍ୟନ୍ତ ପହଞ୍ଚିଥାଏ । ଏହା ଦ୍ୱାରା ଶରୀରକୁ ମଧ୍ୟ ଅନେକ ଲାଭ ମିଳି ଥାଏ । ବ୍ରହ୍ମ ମୁହୂର୍ତ୍ତରେ ଉଠିଲେ ତାଜା ପବନ ମିଳିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।

କେଉଁ ସମୟଟି ବ୍ରହ୍ମ ମୁହୂର୍ତ୍ତ : ଏହା ଦୁଇଟି ଶବ୍ଦର ମିଶ୍ରଣରେ ହୋଇଥାଏ, ଯେଉଁଥିରେ ବ୍ରହ୍ମର ଅର୍ଥ ପରମାତ୍ମା ଏବଂ ମୁହୂର୍ତ୍ତର ଅର୍ଥ ସମୟ ଅଟେ । ଅର୍ଥାତ ଏହାର ଅର୍ଥ ପରମାତ୍ମାର ସମୟ । ଏହି ମୁହୂର୍ତ୍ତ ରାତିର ଶେଷ ପହର ତଥା ସକାଳ ଯେଥେବେଳେ ଆରମ୍ଭ ହୁଏ । ହିନ୍ଦୁ ଧର୍ମରେ ସକାଳ ୪ଟା ଠାରୁ ୫.୩୦ ପର୍ଯ୍ୟନ୍ତ ସମୟକୁ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ ।

ବ୍ରହ୍ମ ମୁହୂର୍ତ୍ତରେ ଉଠିବାର ଫାଇଦା :

୧. ଘରର ଉନ୍ନତି : ହିନ୍ଦୁ ଧର୍ମ ଅନୁସାରେ ବ୍ରହ୍ମ ମୁହୂର୍ତ୍ତରେ ଦେବା-ଦେବୀ ଏବଂ ପିତୃ ଲୋକ ଘରକୁ ଆସନ୍ତି । ଏହି କାରଣରୁ ବ୍ରହ୍ମ ମୁହୂର୍ତ୍ତରେ ଉଠିଲେ ସେମାନଙ୍କ ଆର୍ଶୀବାଦ ମିଳି ଥାଏ ଏବଂ ଘରର ଉନ୍ନତି ହୋଇଥାଏ ।
୨. ବଳ- ବୁଦ୍ଧିର ପ୍ରାପ୍ତି : ପ୍ରତ୍ୟେକ ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠିଲେ ଶରୀରର ଶାନ୍ତିରେ ବୃଦ୍ଧି ହୋଇଥାଏ । ଏହା ଦ୍ୱାରା ଲୋକଙ୍କ ସହନଶୀଳତା ବଢିଥାଏ । ମାନ୍ୟତା ଏହା ଯେ ନିୟମିତ ଭାବରେ ଏହି ମୁହୂର୍ତ୍ତରେ ଉଠିଲେ ବଳ, ବୁଦ୍ଧି ଏବଂ ବିଦ୍ୟା ପାପ୍ତ ହୋଇଥାଏ ।
୩. ଉନ୍ନତ ସ୍ୱାସ୍ଥ୍ୟ : ଯେଉଁ ବ୍ୟକ୍ତି ଏହି ମୁହୂର୍ତ୍ତରେ ଉଠିଥାଏ ସେହି ବ୍ୟକ୍ତିକୁ ଉନ୍ନତ ସ୍ୱାସ୍ଥ୍ୟ ପ୍ରାପ୍ତ ହୋଇଥାଏ । ଏହି ମୁହୂର୍ତ୍ତରେ ଉଠିଲେ ଲୋକ ଅଧିକ ସଫଳତା ହାସଲ କରିଥାନ୍ତି ।
୪. ଧ୍ୟାନ ସର୍ବୋତମ : ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଏହି ମୁହୂର୍ତ୍ତରେ କରାଯାଇଥିବା ଆତ୍ମାର ବିଶ୍ଳେଷଣ ଏବଂ ବ୍ରହ୍ମ ଜ୍ଞାନ ପାଇଁ ସର୍ବୋତମ ଅଟେ ।
୫. ସକାରାତ୍ମକ ଶକ୍ତି : ବ୍ରହ୍ମ ମୁହୂର୍ତ୍ତରେ ଉଠୁଥିବା ବ୍ୟକ୍ତି ସମୟର ପରିବେଶରେ ସାକାରାତ୍ମକ ଶକ୍ତି ବିସ୍ତାର କରିଥାଏ । ଏହି କାରଣରୁ ମନରେ ଭଲ ଚିନ୍ତାଧାରା ସୃଷ୍ଟି ହୋଇଥାଏ ।

Get real time updates directly on you device, subscribe now.