fbpx

କରୋନାକୁ ନେଇ ମୋଦୀଙ୍କ ପରାମର୍ଶ

ନୂଆଦିଲ୍ଲୀ,୭ ।୩: ଦେଶରେ କରୋନା ଆତଙ୍କ ନେଇ ଲୋକଙ୍କ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ, କରୋନା ନେଇ ଆତଙ୍କିତ ହୁଅନ୍ତୁ ନାହିଁ । ଗୁଜବ ପ୍ରଚାରରେ ମଧ୍ୟ ବିଶ୍ୱାସ କରନ୍ତୁ ନାହିଁ । କାହା ସହ ହାତ ନମିଳାଇ ନମସ୍ତେ କହିବା ଅଭ୍ୟାସ କୁହନ୍ତୁ ।’ ଏହା ସହ କୌଣସି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେବାକୁ ମୋଦୀ କହିଛନ୍ତି ।

ଏହା ସହ ଜନଔଷଧୀ ସପ୍ତାହ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ନିଜର ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଜନଔଷଧୀ ଯୋଜନାରେ ଲକ୍ଷାଧିକ ଭାରତୀୟଙ୍କ ଯୋଗଦାନ ପ୍ରଶଂସନୀୟ । ସମସ୍ତ ଲୋକଙ୍କୁ ଜନଔଷଧୀ ଯୋଜନାରେ ଲାଭ ମିଳୁଛି । ଦେଶରେ ୬ ହଜାର ଜନଔଷଧୀ କେନ୍ଦ୍ର ଖୋଲିଛି । ଲୋକଙ୍କୁ ଶସ୍ତା, ସୁଲଭ ମୂଲ୍ୟରେ ଔଷଧ ଦିଆଯାଉଛି । ପ୍ରତି ଗରିବଙ୍କୁ ଜନଔଷଧୀ ଯୋଜନାରେ ୫୦ ରୁ ୭୦% ଯାଏଁ ଶସ୍ତାରେ ଔଷଧ ମିଳୁଛି ।’ ଜନଔଷଧୀ ଯୋଜନକୁ ନେଇ ହିତାଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Get real time updates directly on you device, subscribe now.