fbpx
BJD SKY
BJD SKY

କିଷାନଙ୍କ ଖାତାକୁ ଆଜି ୨ ହଜାର ଟଙ୍କା ଲେଖାଏଁ ପଠାଇବେ ପ୍ରଧାନମନ୍ତ୍ରୀ, ଏମିତି କରନ୍ତୁ ଚେକ୍

BJD

ନୂଆଦିଲ୍ଲୀ, ୧୪ା୫: ଆଜି କିଷାନଙ୍କ ଖାତାକୁ ଆସିବ ୨ ହଜାର ଟଙ୍କା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ କିଷାନ୍ ଯୋଜନାର ୮ମ କିସ୍ତି ପଠାଇବେ । ଦେଶର ୯.୫ କୋଟି କିଷାନଙ୍କ ପରିବାରକୁ ୧୯ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯିବ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପୂର୍ବରୁ ସୂଚନା ଦିଆଯାଇଥିଲା । ତେବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସମସ୍ତ ହିତାଧିକାରୀଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ପ୍ରତ୍ୟେକ ବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥାଏ । ଏ ବିଷୟରେ ଅଧିକ ଜାଣିବା ପାଇଁ ଆପଣମାନେ ‘pmkisan.gov.in’ ୱେବସାଇଟକୁ ଯାଇ ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ । ୱେବସାଇଟର ଡାହାଣ ପାଖରେ ‘ଫାର୍ମର କର୍ଣ୍ଣର’ ଉପରେ କ୍ଲିକ କରନ୍ତୁ । ଏହାପରେ ‘ଫାର୍ମର କର୍ଣ୍ଣର’ ଉପରେ ଥିବା ‘ବେନିଫିସିଆରି ଷ୍ଟାଟସ’ ଉପରେ କ୍ଲିକ କରନ୍ତୁ । ଏହାପରେ ନୂଆ ପେଜରେ ଆପଣଙ୍କର ଆଧାର ନମ୍ବର କିମ୍ବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ହେବ । ତା’ପରେ ‘ଗେଟ୍ ଡାଟା’ ଉପରେ କ୍ଲିକ୍ କରିବା ପରେ ଆପଣ ନିଜର ସମସ୍ତ ସୂଚନା ପାଇପାରିବେ ।

Get real time updates directly on you device, subscribe now.