fbpx

ପୁଣି ଦୁଇଟି ଗାଁରେ କରୋନା କହର: ୧୫ ଦିନରେ ୩୮ ଜଣଙ୍କ ମୃତ୍ୟୁ

ସହାରନପୁର, ୧୪ା୫: ଗତ ୧୧ ତାରିଖରେ ଆଗ୍ରାର ଦୁଇଟି ଗାଁରେ କରୋନାର କହର ଦେଖିବାକୁ ମିଳିଥିଲା । କରୋନାରେ ୨୦ ଦିନରେ ଦୁଇଟି ଗାଁର ୬୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଆଜି ସହାରନପୁରର ଦେବବନ୍ଦ ଅଞ୍ଚଳର ଦୁଇଟି ଗ୍ରାମରେ ଉକ୍ତ ଘଟଣାର ପୁନରାବୃତ୍ତି ଘଟିଛି । ୧୫ ଦିନ ମଧ୍ୟରେ ଦୁଇଟି ଗାଁରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ସୂଚନା ଅନୁଯାୟୀ, ଦେବବନ୍ଦଠାରୁ ୮ କିମି ଦୂର ଅମ୍ବେହଟା ଶେଖା ଗ୍ରାମରେ ୧୫ ଦିନ ମଧ୍ୟରେ ୨୦ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ଗ୍ରାମର ପରିସ୍ଥିତି ସଙ୍ଗୀନ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚିନଥିବା ଅଭିଯୋଗ ହୋଇଛି । ସେହିପରି ଦ୍ୱିତୀୟ ଗ୍ରାମ ରଣଖଣ୍ଡୀରେ ଗତ ୧୫ ଦିନ ମଧ୍ୟରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି । ଗୋଟିଏ ଦିନରେ ଗ୍ରାମର ୬ ଜଣ ଲୋକଙ୍କ ଜୀବନ ଚାଲିଯାଇଛି । ତେବେ ଏତେସଂଖ୍ୟକ ଲୋକ କରୋନାରେ ଆକ୍ରାନ୍ତ ହେବା ସହ ମୃତ୍ୟୁବରଣ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବା ଗ୍ରାମର ସଭାପତି ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.