fbpx

ଜନ୍ମଦିନରେ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ: ଆରମ୍ଭ ହେବ ‘ଆୟୂଷ୍ମାନ ଭବଃ’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ପାଳିବେ ନିଜର ୭୩ତମ ଜନ୍ମ ଦିବସ । ତେବେ ଏହି ଅବସରରେ ଦେଶବାସୀଙ୍କ ପାଇଁ ଏକ ବଡ଼ ଉପହାର ଆଣିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ସେପ୍ଟେମ୍ବର ୧୭ ଅର୍ଥାତ୍ ମୋଦୀଙ୍କ ଜନ୍ମଦିବସରେ ଦେଶବାସୀଙ୍କ ପାଇଁ ‘ଆୟୁଷ୍ମାନ ଭବଃ’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହାଦ୍ୱାରା ଦେଶର ପ୍ରତ୍ୟେଖ ସାଧାରଣ ଜନତା ଏବଂ ହିତାଧିକାରୀଙ୍କ ପର୍ଯ୍ୟନ୍ତ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ପହଞ୍ଚିପାରିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏ ନେଇ ବିସ୍ତୃତ ସୂଚନା ଦେଇଛନ୍ତି । ଏଥିରେ ୬୦, ୦୦୦ ଲୋକଙ୍କୁ କାର୍ଡ ପ୍ରଦାନ କରାଯିବ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି ଯେ, ଆୟୁଷ୍ମାନ ଭବଃ କାର୍ଯ୍ୟକ୍ରମରେ ଶିବିର ଅନୁଷ୍ଠିତ ହେବ ଏବଂ ଏଥିରେ ୬୦ ହଜାର ଲୋକଙ୍କୁ ଆୟୁଷ୍ମାନ ଭାରତ କାର୍ଡ ପ୍ରଦାନ କରାଯିବ । ଆଗାମୀ ଦିନରେ ସ୍ୱାସ୍ଥ୍ୟ ସେବା ଏବଂ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ସହଜରେ ପହଞ୍ଚାଇବା ପାଇଁ ଏହାକୁ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଆୟୁଷ୍ମାନ ଯୋଜନା-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦୁନିଆର ସର୍ବବୃହତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା । ଏହାଦ୍ୱାରା ହତିଧିକାରୀମାନଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ଦିନ ଅବସରରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ।

ସୂଚନା ଥାଉ କି, ଗତବର୍ଷ ମୋଦୀଙ୍କ ଜନ୍ମ ଦିନରେ ଟ୍ୟୁବରକୁଲୋସିସ(ଟିବି)କୁ ଶେଷ କରିବା ନେଇ କାର୍ଯ୍ୟକ୍ରମ ହୋଇଥିଲା । ୨୦୨୫ ମସିହା ସୁଦ୍ଧା ଟିବିକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏହି ଟବି ରୋଗୀମାନଙ୍କୁ ବେସରକାରୀ ସଂଗଠନ, ବ୍ୟକ୍ତିଗତ ପରିଚିତ ତଥା ରାଜୈତିକ ଦଳ ଏବଂ କର୍ପୋରେଟ ମାନେ ପୋଷ୍ୟ ଭାବର ଗ୍ରହଣ କରିଛନ୍ତି । ଏଥିରେ ମାସିକ ପୋଷକ ତତ୍ତ୍ୱ କିଟ୍ ଦିଆଯାଇାଏ ଏବଂ ଟିବି ରୋଗୀମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦିଆଯାଏ । ତେବେ ‘ଲୋକ ଭାଗିଦାରୀ’ ସାହାଯ୍ୟରେ ଦେଶରୁ ଟିବି ଭଳି ରୋଗକୁ ବିନାଶ କରିପାରିବା ନେଇ ଆଶା ଅଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

Get real time updates directly on you device, subscribe now.