fbpx

ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

ନୂଆଦିଲ୍ଲୀ, ୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ୱେବସାଇଟର ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଥିବା ସୂଚନା ମିଳିଛି । ମୋଦିଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ ୨୫ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି । ହ୍ୟାକର ଟ୍ୱିଟର ଆକାଉଣ୍ଟ ହ୍ୟାକ କରିବା ପରେ କୋଭିଡ଼ ୧୯ ରିଲିଫ ଫଣ୍ଡ ପାଇଁ ବିଟ୍ କଏନ ମାଗିଥିଲା । ଏହି ଘଟଣା ଜଣାପଡ଼ିବା ପରେ ସେହି ମେସେଜକୁ ତତକ୍ଷଣାତ ଡିଲିଟ କରାଯାଇଥିଲା । ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ଜନ ବିକ୍ ନାମକ ଜଣେ ବ୍ୟକ୍ତି ହ୍ୟାକ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.