fbpx

ରାଜ୍ୟର ୩୦ ଜିଲ୍ଲାରୁ ଆଜି ୩୬୩୧ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୩ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୩୬୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୧୪ ଓ ସ୍ଥାନୀୟ ଅଞ୍ଚଳରୁ ୧୪୧୭ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୪୧୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ୭୨୨, କଟକରୁ ୩୭୦, ମୟୁରଭଞ୍ଜରୁ ୩୬୫, ବରଗଡ଼ରୁ ୨୩୮, ଭଦ୍ରକରୁ ୧୮୬, ପୁରୀରୁ ୧୫୭, ଯାଜପୁରରୁ ୧୨୭, ବାଲେଶ୍ୱରରୁ ୧୧୪, ରାୟଗଡ଼ାରୁ ୧୧୧, ଗଞ୍ଜାମରୁ ୧୦୭, ନୟାଗଡ଼ରୁ ୧୦୦, ସୁନ୍ଦରଗଡ଼ରୁ ୯୫, କୋରାପୁଟରୁ ୯୩, କେନ୍ଦ୍ରାପଡ଼ାରୁ ୮୫, କେନ୍ଦୁଝରରୁ ୮୦, ଝାରସୁଗୁଡ଼ାରୁ ୮୦, ଜଗତସିଂହପୁରରୁ ୭୯, ସମ୍ବଲପୁରରୁ ୬୮, ଢ଼େଙ୍କାନାଳରୁ ୫୬, ମାଲକାନଗିରିରୁ ୫୫, ସୋନପୁରରୁ ୫୦, ନୂଆପଡ଼ାରୁ ୪୯, ନବରଙ୍ଗପୁରରୁ ୪୬, କନ୍ଧମାଳରୁ ୪୪, ଅନୁଗୁଳରୁ ୪୧, ବଲାଙ୍ଗୀରରୁ ୩୯, ବୌଦ୍ଧରୁ ୨୭, କଳାହାଣ୍ଡିରୁ ୨୭, ଦେଓଗଡ଼ରୁ ୧୧, ଗଜପତିରୁ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.