fbpx

Video: ପୋଲିସ ଜାଲରୁ ଖସିପାରିଲାନି ‘ଅନଟାଲେଣ୍ଟେଡ଼ ଗାଏ’, ଅନ୍ୟ ସହଯୋଗୀଙ୍କ ସହିତ ବାନ୍ଧିଲା ପୋଲିସ

ରେମୁଣା: ଫେଲ ମାରିଲା ‘ଅନଟାଲେଣ୍ଟେଡ଼ ଗାଏ’ର ପ୍ଲାନ୍, ଧରିନେଲା ପୋଲିସ। ଅନଟାଲେଣ୍ଟେଡ଼ ଗାଏ ଆଉ ତାର ସହଯୋଗୀ ମାନେ ଦୁଇ ଯୁବକଙ୍କ ଉପରକୁ ମାରଣାତ୍ମକ ଆକ୍ରମଣ କରିଥିଲେ। ଜଣେ ଯୁବକଙ୍କୁ ଗୁଳି ମାରିବା ସହ ଛୁରାରେ ଅନ୍ୟଜଣଙ୍କ ଛାତି କାନ୍ଦ ସବୁଆଡ଼େ କାଟି ପକାଇ ଫେରାର ହୋଇଯାଇଥିଲେ। ଫେରାର ହେବା ପରେ ପୋଲିସକୁ ଚକମା ଦେବାକୁ ଅନେକ ଚେଷ୍ଟା କରିଥିଲେ ଅନଟାଲେଣ୍ଟେଡ଼ ଗାଏ, କିନ୍ତୁ ପୋଲିସର ଲମ୍ବା ହାତରୁ ଖସି ପାରି ନଥିଲେ। ଶେଷରେ ତାଙ୍କୁ ବାନ୍ଧି ନେଇଛି ପୋଲିସ।

ଇଷ୍ଟାଗ୍ରାମରେ ରିଲ୍ ସାଙ୍ଗକୁ ଦମଦାର ଡ଼ାଏଲଗ୍ ଆଉ କଥା କଥାରେ ଖାଣ୍ଟି ଅଭଦ୍ର ଭାଷା ଆଉ ଧମକ ପୁର୍ଣ୍ଣ କଥା କୁହନ୍ତି ଅନଟାଲେଣ୍ଟେଡ଼ ଗାଏ। କିନ୍ତୁ ଗଣମାଧ୍ୟମ କ୍ୟାମେରା ଆଗରେ ସରଳିଆ କଥା କହୁଥିଲେ, ଅଭଦ୍ର ସିନା କହୁଛି ଧମକ ସିନା ଦଉଛି କିନ୍ତୁ ମୁଁ ସେମିତି ନୁହେଁ ସାନ୍ତଶିଷ୍ଟ ପିଲାଟିଏ। ଆଉ ଏବେ ଦେଖିଲା ବେଳକୁ ଗାଁ ଭିତରେ ପିଶି ଗୁଳି ମାରିଛନ୍ତି ଅନ୍ ଟାଲେଣ୍ଟେଡ଼ ଗାଏ।

ଇଷ୍ଟାଗ୍ରାମରେ ପ୍ରେମ ବ୍ୟାପାରକୁ ନେଇ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି। ତେବେ ଖବର ମୁତାବକ ବାଲେଶ୍ୱର ଜିଲ୍ଳା ରେମୁଣା ଗୋଲେଇ ଓଭର ବ୍ରିଜ ତଳେ ମନ୍ଦାରପୁର ଅଞ୍ଚଳର ପିଙ୍କୁ ଦାସ ଓ ମିଆବାଗ ଅଞ୍ଚଳର ଜଣେ ଯୁବକ କୌଣସି କାମରେ ଯାଇଥିବା ବେଳେ ସେମାନଙ୍କୁ ଅନଟାଲେଣ୍ଟେଡ଼ ଗାଏ ଆଉ ତାର ସହଯୋଗି ମାନେ ମିଳିତ ଭାବେ ଆକ୍ରମଣ କରିଥିଲେ। ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଗୁଳିମାଡ଼ କରାଯାଇଥିବା ଅଭିଯୋଗ ହୋଇଥିଲା। ଜଣକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ବେଳେ ଅନ୍ୟ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିଲା।

ଦୁଇଜଣ ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ରେମୁଣା ମେଡିକାଲ ନିଆଯାଇଥିଲା। ସେଠାରେ ମନ୍ଦାରପୁରର ପିଙ୍କୁ ଦାସଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇଁ ପୋଲିସ ଗୁରୁତର ସହ ତଦନ୍ତ ଆରମ୍ଭ କରିଥିଲା। ଆଉ ଏବେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି।

Get real time updates directly on you device, subscribe now.