ଆଜି ଫାଇନାଲ ମ୍ୟାଚ୍ ନହୋଇପାରିଲେ କ’ଣ ହେବ ? ଜାଣନ୍ତୁ କଣ ରହିଛି BCCI ର ପ୍ଲାନିଂ

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଆଇପିଏଲ ୨୦୨୩ର ହାଇଭୋଲଟେଜ୍ ଫାଇନାଲ ମ୍ୟାଚକୁ ସମସ୍ତେ ଚାତକ ଭଳି ଚାହିଁ ରହିଛନ୍ତି। କିନ୍ତୁ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବାକୁ ଥିବା ଲଢେଇ ଆଗରେ ଭିଲେନ ହୋଇ ଛିଡ଼ା ହୋଇଛି ବର୍ଷା। ସନ୍ଧ୍ୟାରୁ ବର୍ଷା ଜାରି ରହିଥିବା ବେଳେ ଟସ୍ ମଧ୍ୟ ପଡିବା ସମ୍ଭବପର ହୋଇନାହିଁ। ତେଣୁ ମ୍ୟାଚ ହେବା ନେଇ ଏବେ ଆଶଙ୍କା ଦେଖାଦେଇଛି। ଆଉ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଛି ଯଦି ମ୍ୟାଚ ନହୁଏ ତେବେ ଟାଇଟଲ କାହାକୁ ମିଳିବ।

ନିୟମ ଅନୁଯାୟୀ ମ୍ୟାଚ ୭.୩୦ରୁ ଆରମ୍ଭ ହେବାର ଥିଲା। କିନ୍ତୁ ବର୍ଷା ପାଇଁ ମ୍ୟାଚ ଆରମ୍ଭ ହୋଇପାରି ନାହିଁ। ନିୟମ ଅନୁଯାୟୀ ୯.୪୦ ପର୍ଯ୍ୟନ୍ତ ନହୋଇ ପାରିବ, ତେବେ ଓଭର କଟ୍ ହେବ ନାହିଁ। ଯଦି ବର୍ଷା ହୁଏ ତେବେ ୫-୫୦ ଓଭର ଲେଖାଏଁ ସୁପର ଓଭର ଦିଆଯିବ। ୧୧.୫୬ ପର୍ଯ୍ୟନ୍ତ ଯଦି ଖେଳ ହୋଇ ନ ପାରିବ ତେବେ ସୁପର ଓଭରର ବିକଳ୍ପ ରହିବ। ତେବେ ଯଦି ଆଜିର ମ୍ୟାଚରେ ଗୋଟିଏ ବି ବଲ ନ ପଡ଼ିପାରିବ, ତେବେ ଆସନ୍ତା କାଲି ଏହି ମ୍ୟାଚ ଖେଳାଯିବ। ଆଇପିଏଲ ୨୦୨୩ର ଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଡେ’ ଭାବରେ ସୋମବାର(୨୯ ତାରିଖ) କୁ ରଖାଯାଇଛି। ତେଣୁ ଆଜି ଯଦି ଖେଳ ସମ୍ଭବ ନହୁଏ ତେବେ ଆସନ୍ତା କାଲି ଫାଇନାଲର ମ୍ୟାଚ ଖେଳାଯିବ।

ଚଳିତ ସିଜିନରେ କ୍ୱାଲିଫାୟାର-୧ରେ ଗୁଜରାଟକୁ ୧୫ ରନରେ ହରାଇ ଚେନ୍ନାଇ ଫାଇନାଲରେ ପ୍ରବେଶ କରିଥିବା ବେଳେ କ୍ୱାଲିଫାୟାର-୨ରେ ମୁମ୍ବାଇକୁ ୬୨ ରନରେ ହରାଇ ଗୁଜରାଟ ଫାଇନାଲରେ ପହଞ୍ଚିଥିଲା। ତେବେ ଆଜିର ମ୍ୟାଚରେ ପାଣିପାଗ ଉପରେ ସମସ୍ତଙ୍କର ନଜର ରହିଛି। ଆଜି ଦିନ ତମାମ ଅହମଦାବାଦ ପାଗ ଶୁଖିଲା ରହିଥିବା ବେଳେ ସନ୍ଧ୍ୟାରେ ବର୍ଷା ହେବା ନେଇ ପୂର୍ବରୁ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା।

Get real time updates directly on you device, subscribe now.