fbpx
BJD SKY
BJD SKY

ସାମ୍ନାକୁ ଆସିଲା ଲୁଟେରା ମହିଳାଙ୍କ କାରନାମା, ଗାଡିରେ ବିଧାୟକ ଷ୍ଟିକର ଲଗାଇ ଲୁଟୁଥିଲେ

BJD

ଠାଣେ: ମାୟାନଗରୀ ମୁମ୍ବାଇରେ ଠକେଇର ଏକ ବିଚିତ୍ର ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ଗାଡିରେ ବିଧାୟକଙ୍କ ଷ୍ଟିକର ଲଗାଇ ଲୋକଙ୍କୁ ଅଭିନବ ଉପାୟରେ ଠକିବାରେ ଲାଗିଥିଲା । ଏବେ ଏହି ମହିଳାଙ୍କ ଦ୍ୱାରା ଠକାମୀର ଶିକାର ହୋଇଥିବା ଜଣେ ବ୍ୟକ୍ତି ଏ ନେଇ ପୋଲିସରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମିଳିବା ପରେ ଅମ୍ବରନାଥ ପଶ୍ଚିମ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି । ମୁମ୍ବାଇରେ ମହିଳାଙ୍କ ଉପରେ ମଧ୍ୟ ଧୋକାଦାରୀର ବହୁ ମାମଲା ରୁଜୁ କରାଯାଇଛି । ଏହାପରେ ପୋଲିସ ମହିଳାଙ୍କୁ ଗିରଫ କରିଛି ।

ପୋଲିସର ସୂଚନା ଅନୁଯାୟୀ ମହିଳାଙ୍କ ଗାଡି ଉପରେ ବିଧାୟକଙ୍କ ଷ୍ଟିକର ଲଗା ଯାଇଥିଲା । ଏହି ମହିଳା ଲୋକଙ୍କ କାମ କରିଦେବାକୁ କହି ସେମାନଙ୍କ ଠାରୁ ପଇସା ନେଉଥିଲେ । ଏହାପରେ ସେ ଉକ୍ତ ବ୍ୟକ୍ତିଙ୍କୁ ଧମକ ଦେଇ ତାଙ୍କ ପଇସା ନିଜ ପାଖରେ ରଖି ଦେଉଥିଲେ ଓ ତାଙ୍କ କାମ ବି ହେଉ ନ ଥିଲା । ଠକାମୀର ଶିକାର ହୋଇଥିବା ଲୋକମାନେ ଏବେ ଏ ବିଷୟରେ ମୁହଁ ଖୋଲିଛନ୍ତି ।

ବନ୍ଦନା ସଂଜୟ ମିଶ୍ରା ନାମ୍ନୀ ଜଣେ ମହିଳା ନିଜକୁ ଜଣେ ବିଧାୟିକା ବୋଲି ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ । ତାଙ୍କ ଇନୋଭା ଗାଡି ଉପରେ ବି ବିଧାୟକ ଷ୍ଟିକର ଲାଗିଥିଲା । ସେ ଅଭିଷେକ ସିଂହ ଓ ଫିରୋଜ ନାମକ ଦୁଇ ଜଣଙ୍କୁ ନିଜର ପିଏ ଭାବରେ ରଖିଥିଲେ । ଏହି କ୍ରମରେ ସେ ଅନମୋଲ ନାମକ ଜଣେ ବ୍ୟକ୍ତିଙ୍କ ବିଶ୍ୱାସ ଜିତିବା ପରେ ତାଙ୍କୁ ବନ୍ଧୁକ ଲାଇସେନ୍ସ କରାଇଦେବା ନାମରେ ତାଙ୍କ ଠାରୁ ୫.୨୦ ଲକ୍ଷ ଟଙ୍କା ନେଇ ଆସିଥିଲେ । ଏହାପରେ ଯେତେବେଳେ ଅନମୋଲ ବନ୍ଦନାଙ୍କୁ ଫୋନ୍ କରି କାମ କେଉଁଯାଏ ଗଲା ବୋଲି ପଚାରିଥିଲେ ସେତେବେଳେ ସେ ତାଙ୍କୁ ଧମକ ଦେଇଥିଲେ ଓ କହିଥିଲେ ଯଦି ପଇସା ମାଗିବ ତେବେ ତୁମକୁ କେହି ବି ବଞ୍ଚାଇ ପାରିବେ ନାହିଁ । ଏହି ଧମକ ପାଇବା ପରେ ପୀଡିତ ଅମ୍ବରନାଥ ପୋଲିସରେ ଅଭିଯୋଗ କରିଥିଲେ । ଏବେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ସହ କାମ କରୁଥିବା ଅଭିଷେକ ଓ ଫିରୋଜଙ୍କୁ ମଧ୍ୟ ଗିରଫ କରିଛି ।

 

Get real time updates directly on you device, subscribe now.