fbpx

BIG BREAKING..’କାଲି ଅପରାହ୍ନ ସୁଦ୍ଧା ସରିଯିବ ସବୁ ପେଟ୍ରୋଲ-ଡିଜେଲ!’; ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସା.ସଂପାଦକ

ଭୁବନେଶ୍ୱର: ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ତୃତୀୟ ଦିନ । ଆନ୍ଦୋଳନର ପ୍ରଭାବ ସବୁଠି ଦେଖିବାକୁ ମିଳିଛି । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଓମଫେଡ ସେବା ପ୍ରଭାବିତ ହୋଇଛି । ସବୁଠୁ ବଡ଼ କଥା ହେଉଛି ଆସନ୍ତା କାଲି ଅପରାହ୍ନ ସୁଦ୍ଧା ଦେଖାଦେଇପାରେ ପେଟ୍ରୋଲ ସଙ୍କଟ । ଏନେଇ ସୂଚନା ଦେଇଛନ୍ତି  ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସା. ସଂପାଦକ । ‘ପାନିକ୍ ବାଇଙ୍ଗ ଯୋଗୁଁ କାଲି ଅଧିକ ୨୦% ପେଟ୍ରୋଲ ବିକ୍ରି ହୋଇଛି’ ।

‘ଆନ୍ଦୋଳନ ଯୋଗୁଁ ପେଟ୍ରୋଲ, ଡିଜେଲ୍ ଲୋଡିଂ ୭୫% କମିଛି’ । ‘ପାରାଦୀପ ଡିପୋରୁ ତେଲ ଲୋଡିଂ ସଂପୂର୍ଣ୍ଣ ବନ୍ଦ ଅଛି’ । ‘ଜଟଣୀ ଓ ବାଲେଶ୍ବର ଡିପୋରୁ ଅଳ୍ପ ଗାଡ଼ିରେ ତେଲ ଲୋଡିଂ ହୋଇଛି’ । ‘ଆମକୁ ଯେତିକି ତେଲ ଦରକାର ତାହା ପୂରଣ କରିପାରିବନି’ । ‘ଏଭଳି ସ୍ଥିତି ରହିଲେ କାଲି ଅପରାହ୍ନ ସୁଦ୍ଧା ପେଟ୍ରୋଲ, ଡିଜେଲ ସରିଯିବ’ । ତେଣୁ ପାନିକ୍ ବାଇଙ୍ଗ ନ କରିବାକୁ ଅପିଲ୍ କଲେ ସଞ୍ଜୟ ଲାଠ୍ ।

Get real time updates directly on you device, subscribe now.