fbpx
BJD SKY
BJD SKY

ରଘୁରାମ ଅୟର ଭାରତୀୟ ଅଲିମ୍ପିକ ସଂଘର ନୂତନ ସିଇଓ

BJD

ନୂଆଦିଲ୍ଲୀ: ଶୁକ୍ରବାର ଭାରତୀୟ ଅଲିମ୍ପିକ ସଂଘ(IOA) ଆଇପିଏଲ୍ ଦଳ ରାଜସ୍ଥାନ ରୟାଲ୍ସର ପୂର୍ବତନ ଅଧିକାରୀ ରଘୁରାମ ଅୟରଙ୍କୁ ମୁ୍‌ଖ୍ୟ କାର୍ଯ୍ୟକାରୀ ଅଧିକାରୀ(CEO) ଭାବେ ନିଯୁକ୍ତ କରିଛି । IOA କହିଛି ଯେ ନାମାଙ୍କନ ସମିତି ଦ୍ୱାରା ଆୟୋଜିତ ଏକ ଚୟନ ପ୍ରକ୍ରିୟା ପରେ ଅୟରଙ୍କୁ ସିଇଓ ଭାବେ ନିଯୁକ୍ତ କରାଯାଇଛି । କ୍ରୀଡ଼ା ପରିଚାଳନା ଏବଂ ପ୍ରଶସନରେ ତାଙ୍କ ସମୃଦ୍ଧ ଅଭିଜ୍ଞତା ସହ ପ୍ରାମାଣିତ ଟ୍ରାକ୍ ରେକର୍ଡ଼ ତାଙ୍କୁ ଭାରତରେ ଅଲିମ୍ପିକ କ୍ରୀଡ଼ାର ପ୍ରଚାର ଏବଂ ବିକାଶ ପାଇଁ IOAକୁ ନେତୃତ୍ୱ ଦେବା ପାଇଁ ଏକ ଆଦର୍ଶ ପ୍ରାର୍ଥୀ କରିଥିବା ପ୍ରକାଶ କରିଛି IOA ।

Get real time updates directly on you device, subscribe now.