fbpx
BSKY
BJD SHG SKY
BJD YOUTH SKY

(video)ମଝି ଆକାଶରେ ଭାଙ୍ଗିଗଲା ଦ୍ୱାର, ଉଡିଗଲା ବିମାନର ଅଂଶ, ଆଉ ତା’ପରେ କ’ଣ ହେଲା ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ:ଆମେରିକାରେ ଶନିବାର ଏକ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ଯାହା ଜାଣିବା ପରେ ଆପଣଙ୍କ ହୃଦସ୍ପନ୍ଦନ ବନ୍ଦ ହୋଇଯିବା ପରି ଲାଗିବ । ମିଳିଥିବା ସୂଚନା ଅନୁସାରେ ଆଲାସ୍କା ଏୟାରଲାଇନ୍ସର ଏକ ବିମାନର ଦ୍ୱାର ଓ ବିମାନର ଏକ ଅଂଶ ମଝି ଆକାଶରେ ଉଡିଗଲା । ଏହାପରେ ବିମାନଟିକୁ ଓରେଗନ୍ ସହରରେ କୌଣସି ପ୍ରକାରେ ଇମର୍ଜେନ୍ସୀ ଲ୍ୟାଣ୍ଡିଂ କରି ଦିଆଗଲା ।

ବିମାନରେ ଥିବା ଜଣେ ଯାତ୍ରୀ ସ୍ଥାନୀୟ ଗଣମାଧ୍ୟମକୁ ବିମାନ ଭିତରର ଫଟୋ ପଠାଇଥିଲେ ଯେଉଁଥିରେ ଯାତ୍ରୀଙ୍କ ସିଟ୍ ମଝିରେ ଏକ ଛିଦ୍ର ନଜର ଆସୁଛି । କିନ୍ତୁ ଏବେ ଏହା ସ୍ପଷ୍ଟ ହୋଇନାହିଁ କି ଏଥିରେ କେହି ଆହତ ହୋଇଛନ୍ତି କି ନା । ଅନ୍ୟପଟେ ଆଲାସ୍କା ଏୟାରଲାଇନ୍ସ କହିଛି ଏପରି ଘଟିବା ପଛରେ କ’ଣ କାରଣ ରହିଛି ତାହାର ଯାଞ୍ଚ କରାଯାଉଛି ।
କମ୍ପାନୀ ପକ୍ଷରୁ ଏକ ବୟାନରେ କୁହାଯାଇଛି ଓରେଗନ୍ ପୋର୍ଟଲ୍ୟାଣ୍ଡରୁ କାଲିଫର୍ଣ୍ଣିଆ ଓଣ୍ଟାରିଓକୁ ଯାତ୍ରା କରୁଥିବା ଏହି ବିମାନଟି ଉଡାଣ ଭରିବାର ପରେ ପରେ ହିଁ ଏପରି ଦୁର୍ଘଟଣା ହୋଇଥିଲା । ବିମାନରେ ୧୭୪ ଯାତ୍ରୀଙ୍କ ସହ ୬ ଜଣ କ୍ରୁ ମେମ୍ବର ଥିଲେ ।

 

Get real time updates directly on you device, subscribe now.