fbpx

ଗର୍ଭାବସ୍ଥାରେ ହିଲ ପିନ୍ଧିବା ଉଚିତ କି? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

ହାଇହିଲ ପିନ୍ଧିବାକୁ ପ୍ରତ୍ୟେକ ମହିଳା ପସନ୍ଦ କରିଥାନ୍ତି । ଏହା ମହିଳାମାନଙ୍କର ଉଚ୍ଚତାକୁ ବଜାୟ ରଖିବା ସହିତ ସମସ୍ତ ଆଉଟଫିଟକୁ ଏକ ସୁନ୍ଦର ଲୁକ ଦେଇଥାଏ । କିନ୍ତୁ କିଛି ମହିଳା ଗର୍ଭବସ୍ଥା ସମୟରେ ମଧ୍ୟ ହାଇହିଲ ପିନ୍ଧିଥାନ୍ତି । କିନ୍ତୁ ଏହା କରିବା ଉଚିତ କି? ଗର୍ଭାବସ୍ଥାରେ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହୋଇଥାଏ ଏବଂ ମହିଳାମାନଙ୍କୁ ଏହି ସମୟରେ ଅଧିକ ଯତ୍ନଶୀଳ ହେବାକୁ ପଡ଼ିଥାଏ । ତେବେ ଏପରି ସମୟରେ ହାଇହିଲ ପିନ୍ଧିବା କେତେ ମାତ୍ରାରେ ସୁରକ୍ଷିତ? ଆସନ୍ତୁ ଜାଣିବା…

– ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଗର୍ଭାବସ୍ଥାର ଆରମ୍ଭ ଦିନରୁ ନେଇ ପିଲା ଜନ୍ମ ହେବା, ପିଲାକୁ ଫିଡ଼ କରିବା ଏବଂ କ୍ୟାରୀ କରିବା ପର୍ଯ୍ୟନ୍ତ ମହିଳାମାନଙ୍କୁ ହାଇହିଲଠାରୁ ଦୂରେଇ ରହିବା ଉଚିତ । ତେବେ ଏହା ପଛରେ ସେଭଳିକୌଣସି ବୈଜ୍ଞାନିକ କାରଣ ନାହିଁ । କିନ୍ତୁ ଏହି ସମୟରେ ମହିଳାମାନଙ୍କ ଶରୀରର ଓଜନ ବେଶ ବଢ଼ିଯାଇଥାଏ ଏବଂ ଅନେକ ସମୟରେ ସେମାନେ ନିଜ ଶରୀରର ନିୟନ୍ତ୍ରଣ ହରାଇ ବସନ୍ତି । ତେବେ ଏଭଳି ସ୍ଥିତିରେ ସେମାନଙ୍କର ପଡ଼ିଯିବାର ସମ୍ଭାବନା ଅଧିକ ଥାଏ । ଯାହା ମା’ ଏବଂ ପିଲା ପାଇଁ ବେଶ ବିପଦପୂର୍ଣ୍ଣ ।

– ଗର୍ଭାବସ୍ଥାରେ ହାଇହିଲ ପିନ୍ଧିବା ଦ୍ୱାରା ପାଦରେ କଷ୍ଟ ମଧ୍ୟ ପଢ଼ିପାରେ । ଏହା ସହିତ ଆଣ୍ଠୁରେ ମଧ୍ୟ କଷ୍ଟ ବଢ଼ିପାରେ । ତେବେ ଏହି ସମୟରେ ହିଲ ସାବଧାନର ସହ ପିନ୍ଧିବା ଦରକାର । ନଚେତ ପିଲା ଯେପର୍ଯ୍ୟନ୍ତ ଚାଲିବା ଆରମ୍ଭ କରିନାହିଁ ସେପର୍ଯ୍ୟନ୍ତ ହିଲ ନପିନ୍ଧିବା ଆପଣଙ୍କ ପାଇଁ ଉଚିତ ।

– ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଗର୍ଭାବସ୍ଥାର ପ୍ରାରମ୍ଭ ଦିନରେ ତିନି ମାସ ମଧ୍ୟରେ ମହିଳାମାନଙ୍କୁ ସାବଧାନପୂର୍ବକ ଚାଲିବା ଉଚିତ । କାରଣ ଏହି ସମୟରେ ହାଲକା ଝଟକା ଲାଗିବା ଦ୍ୱାରା ମଧ୍ୟ ପିଲାର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଛି । ଯଦିଓ ପ୍ରଥମ ତିନି ମାସରେ ହିଳ ପିନ୍ଧିବାକୁ ମନା କରଯାଇନଥାଏ । ତେବେ କର୍ମଜୀବୀ ମହିଳାମାନେ ହାଲକା ହିଲ ପିନ୍ଧିପାରିବେ । କିନ୍ତୁ ସମ୍ପୂର୍ଣ୍ଣ ଭାବେ ସାବଧାନରେ ସେମାନେ ଚାଲିବା ଉଚିତ ।

– ତେବେ ଏହି ସମୟରେ ଆପଣ ବିଭିନ୍ନ ପ୍ରକାର ଫ୍ଲାଟ ଚପଲ କିମ୍ବା ସ୍ଲିପର ପିନ୍ଧିପାରିବେ । ତେବେ ବଜାରରେ ବିଭିନ୍ନ ଷ୍ଟାଇଲର ଫ୍ଲାଟ ମଧ୍ୟ ଏହି ସମୟ ପାଇଁ ଉପଲବ୍ଦ । ଏହା ସହିତ ଆପଣଙ୍କୁ ଏହା ବିଭିନ୍ନ ରଙ୍ଗରେ ମଧ୍ୟ ମିଳିଯିବ । ତେଣୁ ଗର୍ଭାବସ୍ଥାରେ ଅିଲ ପିନ୍ଧିବାକୁ ଏଡ଼ାଇବା ବହୁମାତ୍ରାରେ ଭଲ ।

Get real time updates directly on you device, subscribe now.