fbpx

ପଞ୍ଜାବରେ ପୋଲିସକୁ ଆକ୍ରମଣ, ହଜାର ହଜାର ଖାଲିସ୍ତାନ ସମର୍ଥକଙ୍କ ଥାନା ଘେରଉ

Advertisement

ନୂଆଦିଲ୍ଲୀ : ‘ୱାରିସ୍ ପଞ୍ଜାବ ଡେ’ ମୁଖ୍ୟ ଅମୃତପାଲ ସିଂ ତାଙ୍କ ଗିରଫଦାରୀକୁ ବିରୋଧ କରି ପାଇଁ ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି । ଅମୃତପାଲ ସିଂଙ୍କ ଶହ ଶହ ସମର୍ଥକମାନେ ଖଣ୍ଡା ଏବଂ ବନ୍ଧୁକ ଧରି ଅଜନାଲା ପୋଲିସ ଷ୍ଟେସନ ବାହାରେ ହାଜର ହୋଇଥିଲେ। ସେମାନେ ପୋଲିସ ଷ୍ଟେସନ ବାହାରେ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ।
ଶହ ଶହ ଲୋକ ହାତରେ ଖଣ୍ଡା ଏବଂ ବନ୍ଧୁକ ଧରି ଅଜନାଲା ଥାନାକୁ ଘେରି ରହିଛନ୍ତି । ସେମାନେ ‘ୱାରିସ୍ ପଞ୍ଜାବ ଡେ’ ର ମୁଖିଆ ଅମୃତପାଲ ସିଂହଙ୍କ ସମର୍ଥକ ବୋଲି ଜଣାପଡିଛି । ଅମୃତପାଲ ସିଂହଙ୍କ ଗିରଫ ଦାରିକୁ ବିରୋଧ କରି ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭକାରୀମାନେ ପଞ୍ଜାବ ପୋଲିସର ବ୍ୟାରିକେଡ୍ ଭାଙ୍ଗିବା ସହ ପୋଲିସ ଉପରୁ ମଧ୍ୟ ଆକ୍ରମଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଅମୃତପାଲ ସିଂ ଏବଂ ତାଙ୍କର ୬ ସାଥୀଙ୍କ ନମରେ ଆକ୍ରମଣ ଅଭିଯୋଗ ହୋଇଛି । ଅଜନାଲା ପୋଲିସ ଷ୍ଟେସନରେ ସେମାନଙ୍କ ନାମରେ ଏଫଆଇଆର ପଞ୍ଜିକୃତ ହୋଇଛି। ଅଜନାଲା ପୋଲିସ ଅମୃତପାଲ ସିଂ ସହ ତାଙ୍କର ଜଣେ ସହଯୋଗୀ ଟୁଫାନ ସିଂଙ୍କୁ ଗିରଫ କରିଛି।

Get real time updates directly on you device, subscribe now.