fbpx

ଫେବୃଆରୀରୁ ତାତିଲାଣି ବାୟୁମଣ୍ଡଳ: କାହିଁକି ସମୟ ପୂର୍ବରୁ ଆସୁଛି ହିଟ ୱେଭ?

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ଫେବୃଆରୀ ମାସ ଚାଲିଥିବା ବେଳେ ଏବେଠୁ ହିଁ ସାରା ଦେଶରେ ହିଟ ୱେଭ ଅନୁଭୂତ ହେଲାଣି । ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ହିଁ ତାତି ଉଠିଲାଣି ବାୟୁମଣ୍ଡଳ । ଗରମ ଦାଉରେ ସିଝିବାରେ ଲାଗିଛି ପ୍ରାଣୀଜଗତ । ମାସ ଆରମ୍ଭ ପର୍ଯ୍ୟନ୍ତ ଥଣ୍ଡା ଏବଂ ଶୀତରେ କଲବଲ ହେଉଥିବା ବେଳେ ଦୁଇ ସପ୍ତାହ ଭିତରେ ଗରମ ଏବଂ ତାତିରେ ଜଳୁଛନ୍ତି ଦେଶବାସୀ । ତେବେ ହଠାତ କାହିଁକି ବଦଳିଗଲା ମୌସୁମୀ ? କାହିଁକି ଶୀତ ନ ଯାଉଣୁ ହିଟୱେଭରେ ସାରା ଦେଶ ହନ୍ତସନ୍ତ ହେଲାଣି ?

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, କିଛିଟା ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ପହଞ୍ଚିଛି । ସମୟ ପୂର୍ବରୁ ସ୍ୱାଭାବିକ ଅପେକ୍ଷା ତାପମାତ୍ରା ଅଧିକ ରେକର୍ଡ ହୋଇଥିବାରୁ ଚଳିତବର୍ଷ ଗରମ ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି । ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୩୦ ହିଗ୍ରୀ ପାର କରିସାରିଥିବା ବେଳେ ରାଜସ୍ଥାନରେ ୪୦ ଡିଗ୍ରୀ ନିକଟତର ହୋଇଛି ତାପମାତ୍ରା । ତେବେ ଏହାର ମୁଖ୍ୟ କାରଣ ଜଳବାୟୁ ପରିବର୍ତ୍ତନ ବୋଲି କୁହାଯାଉଛି । ତେବେ ଅନେକ ସମୟରେ ଏହାର କାରଣ ସ୍ଥାନୀୟ କାରଣ ବା ସ୍ୱଳ୍ପ ମିଆଦି ପାଣିପାଗ ମଧ୍ୟ ହୋଇପାରେ । ଏମିତି ହେବା ପଛରେ ଏକାଧିକ କାରଣ ରହିଥିବା କହିଛି ପାଣିପାଗ ବିଭାଗ । ପାଶ୍ଚାତ୍ୟ ବିଶୃଙ୍ଖଳା ଯୋଗୁଁ ତାପମାତ୍ର ହଠାତ ଏତେ ପରିମାଣରେ ବୃଦ୍ଧି ପାଉଥିବା କୁହାଯାଇଛି । ପାଣିପାଗ ବିଭାଗ ଅନୁସାରେ, ସ୍ଥଳଭାଗରେ ବିଶେଷ କରି ଅପେକ୍ଷକୃତ ଶୁଷ୍କ ହେଉଥିବା ବେଳେ ପାହାଡି ଅଞ୍ଚଳରେ ପୂର୍ବ ତୁଳନାରେ ବରଫପାତ କମ୍ ହୋଇଛି ।

ସେପଟେ ହିଟୱେଭର ଆଉ ଏକ ମୁଖ୍ୟ କାରଣ ପାଲଟିଛି ଦକ୍ଷିଣ-ଗୁଜୁରାଟ ଉପରେ ଏକ ଆଣ୍ଟିସାଇକ୍ଲୋନିକ ଗଠନ । ଏହାର ପ୍ରଭାବରେ ଉତ୍ତରରେ ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ଉତ୍ତର ଉତ୍ତରପ୍ରଦେଶ ଉପରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ଆଗାମୀ ଦିନରେ ଅଧିକାଂଶ ସ୍ଥାନର ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ କମ୍ ହୋଇପାରେ ବୋଲି ସ୍ପଷ୍ଟ କରିଛି ଆଇଏମଡି । କିନ୍ତୁ ବୈଶ୍ୱିକ ସ୍ତରରେ ଚଳିତ ଥର ଗରମ ଗତ ୨ ବର୍ଷ ଅପେକ୍ଷା ସାମନ୍ୟ ଅଧିକ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.