fbpx

ବିଧାନସଭାରେ ତାଣ୍ଡବ: ବିଧାୟକଙ୍କୁ ମାଡ଼, ବୁହାହେଲେ ଷ୍ଟ୍ରେଚରରେ

ପାଟନା, ୨୪ା୩: ବିହାର ବିଧାନସଭା ପାଲଟିଛି ରଣକ୍ଷେତ୍ର । ବିଧାନସଭା ଗୃହ ଭିତରେ ଜଣେ ବିଧାୟକଙ୍କୁ ମାଡ଼ ମରାଯାଇଛି । ପୋଲିସ ଆରଜେଡି ବିଧାୟକ ସତୀସ କୁମାରଙ୍କୁ ପ୍ରବଳ ପିଟିଛି । ଫଳରେ ଆହତ ବିଧାୟକଙ୍କୁ ଷ୍ଟ୍ରେଚରରେ ମେଡିକାଲକୁ ନିଆଯାଇଥିଲା । ବିଧାନସଭାରେ ବିଧେୟକକୁ ନେଇ ଆରଜେଡି, ବାମଦଳ ଓ କଂଗ୍ରେସ ବିରୋଧ କରିବା ସହ ହଙ୍ଗାମା କରିଥିଲେ । ଫଳରେ ବାଚସ୍ପତି ଗୃହକୁ ୫ ଥର ମୁଲତବୀ ରଖିଥିଲେ । ଏହାକୁ ନେଇ ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା । ପରସ୍ପରକୁ ବିଧାୟକମାନେ ଗୋଇଠା, ଲାତ ମାରିବା ଆରମ୍ଭ କରିଥିଲେ । ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ନେବାକୁ ଯାଇ ପୋଲିସ ପିଟିବା ଆରମ୍ଭ କରିଥିଲା ।

Get real time updates directly on you device, subscribe now.