ପୋଲିସ ଧରିଲା ଡାକ୍ତରଙ୍କ କଳା କାରନାମା: ୬୦୦୦ ଘଣ୍ଟାର ଅଶ୍ଳୀଳ ଭିଡିଓ ଜବତ, ଚେକ୍ଅପ୍ ବାହାନାରେ ମହିଳାଙ୍କୁ…

ଓଡ଼ିଶା ଭାସ୍କର: ଡାକ୍ତରକୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ । ମୃତ୍ୟୁ ସହ ଲଢିବା ବେଳେ ଜିଇବାର ଆଶା ନେଇ ରୋଗୀ ଡାକ୍ତରଙ୍କ ପାଖକୁ ଯାଏ । କିନ୍ତୁ ଚିକିତ୍ସା ବଦଳରେ ଡାକ୍ତରବାବୁ କରନ୍ତି କିଛି ଅଲଗା କାମ । ରୋଗୀ ସେବା ଅପେକ୍ଷା ଦେହ ସେବା ପ୍ରତି ଅଧିକ ଧ୍ୟାନ ଦିଅନ୍ତି । ହସ୍ପିଟାଲ ଅପେକ୍ଷା ଡାକ୍ତରବାବୁ ରଙ୍ଗୀନ ଦୁନିଆରେ ରହିବାକୁ ଟିକିଏ ବେଶୀ ଭଲ ପାଆନ୍ତି । ଚେକ୍ ଅପ୍ ବାହାନାରେ ମେଡିକାଲକୁ ଆସୁଥିବା ମହିଳାଙ୍କୁ ଦୁର୍ବ୍ୟବହାର ଏବଂ ଅସଦାଚରଣ କରିବା ସହ ଶୋଷଣ କରିବା ଥିଲା ବାବୁଙ୍କ ଅଭ୍ୟାସ । ପୋଲିସ ଡାକ୍ତର ବାବୁଙ୍କର ୬୦୦୦ ଘଣ୍ଟାର ଅଶ୍ଳୀଳ ଭିଡିଓ ଜବତ କରିଥିବା ଜାଣିବାକୁ ମିଳିଛି । ଜାଣିବାକୁ ମିଳିଛି ଯେ, ଡାକ୍ତରବାବୁ ପ୍ରାୟ ୮୭ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ।

ନରୱେରୁ ଏପରି ଏକ ଅଜବ ଘଟଣା ସାମନାକୁ ଆସିଛି । ଏଠାକାର ଜଣେ ଡାକ୍ତର ଆର୍ନେ ବାୟ ପ୍ରାୟ ୮୭ ଜଣ ମହିଳାଙ୍କୁ ନିଜ ଜାଲରେ ଫସାଇଥିବା କୁହାଯାଉଛି । ଚେକ୍ ଅପ୍ କରିବାକୁ ଆସୁଥିବା ମହିଳାଙ୍କୁ ଡାକ୍ତରବାବୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ୨୦ ବର୍ଷରୁ ଡାକ୍ତରବାବୁ ତାଙ୍କର ଏହି କଳାସାମ୍ରାଜ୍ୟ ଚଳାଇ ଆସୁଛନ୍ତି ବୋଲି ସୂଚନା ମିିଳିଛି । ରିପୋର୍ଟ ଅନୁସାରେ, ଏହି ସମୟ ମଧ୍ୟରେ ଡାକ୍ତରବାବୁ ପ୍ରାୟ ୮୭ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ଏବଂ ଏହାକୁ ନରୱେର ସବୁଠାରୁ ବଡ଼ ଶୋଷଣ କାଣ୍ଡ ବୋଲି କୁହାଯାଇଛି । ପୀଡ଼ିତାଙ୍କ ମଧ୍ୟରୁ ୨ ଜଣ ନାବାଳିକା(୧୪-୧୫) ଥିବା ବେଳେ ଜଣେ ୬୭ ବର୍ଷୀୟ ମହିଳା ମଧ୍ୟ ଯୌନ ପିପାସୁ ଡାକ୍ତରବାବୁଙ୍କ ଶିକାର ହୋଇଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ପୂର୍ବ ମ୍ୟୁନିସିପାଲ ସୁପରିଟେଣ୍ଡେଣ୍ଟ ବାୟ ୩ଟି ମାମଲାରେ ଦୁଷ୍କର୍ମ ଏବଂ ଭିନ୍ନ ଭିନ୍ନ ୩୫ଟି ସ୍ଥାନରେ ନିଜ ପଦବୀର ଦୁରୂପୋଯୋଗ କରିଛନ୍ତି । ତେବେ ଏହିସବୁ ମାମଲାରେ ବାୟଙ୍କୁ ୨୧ ବର୍ଷ ବା ଅଧିକ ସମୟ ପର୍ଯ୍ୟନ୍ତ ଗିରଫ କରାଯାଇପାରେ । ତେବେ ଏହି ମାମଲାରେ ପୋଲିସ ପ୍ରାୟ ୬,୦୦୦ ଘଣ୍ଟାରୁ ଅଧିକ ସମୟର ଖତରନାକ ଭିଡିଓ ଜବତ କରିଛି । ଏହି ଭିଡିଓରେ ମଧ୍ୟ ଦେଖିବାକୁ ମିଳିଛି ଯେ, ମହିଳାଙ୍କ ଅଜାଣତରେ ସେମାନଙକର ଗାଇନୋକୋଲୋଜିକାଲ ଟେଷ୍ଟ କରାଯାଇଛି ।

ଅଭିଯୋଗରେ କୁହାଯାଇଛି ଯେ, ବିନା କୌଣସି ମେଡିକାଲ କାରଣରେ ମହିଳାଙ୍କ ପ୍ରାଇଭେଟ ପାର୍ଟରେ ବୋତଲ ଭଳି ଏକ ବେଲଣାକାର ବସ୍ତୁ ପୂରାଇ ଦେଇଥିଲେ । ଜଣେ ମହିଳା ଡାକ୍ତରଙ୍କ ଦ୍ୱାରା ହୋଇଥିବା ଭୟଙ୍କର ଘଟଣା ଅଦାଲତରେ ପ୍ରକାଶ କରିଛନ୍ତି । ଏହାସହିତ ଆର୍ନେ ବାୟ ଚେକ୍ଅପ୍ ସମୟରେ କରିଥିବା ଅନେକ ଗୁଡ଼ିଏ ଯନ୍ତ୍ରଣାଦାୟକ ଭିଡିଓ ଅଦାଲତରେ ପ୍ରଦାନ କରାଯାଇଛି । ଏହାପରେ ସରକାରୀ ଓକିଲ ରିଚର୍ଡ ହାଉଗେନ ଲିଙ୍ଗ ଏହି ମାମଲାର ଶୁଣାଣି କରିଛନ୍ତି ।