fbpx
BSKY
BJD SHG SKY
BJD YOUTH SKY

(Video) ଦେବଦୂତ ସାଜି ଆସିଲେ ପୋଲିସ ବାବୁ: ଶୋଷରେ ଛଟପଟ ହେଉଥିବା ମାଙ୍କଡ଼ର ବଞ୍ଚାଇଲେ ଜୀବନ

ଖରାଦିନେ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ । ମଣିଷ ହେଉ କି ପଶୁ ସମସ୍ତଙ୍କୁ ପ୍ରଚଣ୍ଡ ଖରାର ପ୍ରକୋପ ସହିବାକୁ ପଡ଼େ । ତେବେ ଅନେକ ସମୟରେ ପଶୁପକ୍ଷୀ ମାନଙ୍କ ଖରାରେ ଅବସ୍ଥା ଖରାପ ହୋଇଥାଏ । ତେବେ ଏଭଳି ଅସହାୟ ପଶୁଙ୍କୁ ସାହାଯ୍ୟ କରିବା ଜରୁରୀ । ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଖରାର ପ୍ରକୋପରେ ଅସହାୟ ହୋଇପଡ଼ିଥିବା ଏକ ମାଙ୍କଡ଼କୁ ପାଣି ପିଆଇଛନ୍ତି ଜଣେ ପୋଲିସ୍ କର୍ମୀ ଆଉ ଦେଖାଇଛନ୍ତି ମଣିଷପଣିଆର ପ୍ରକୃତ ଚିତ୍ର ।

ମୁମ୍ବାଇ-ଅହମଦାବାଦ ରୁଟରେ କାର୍ଯ୍ୟରତ ଥିବା ଜଣେ କନଷ୍ଟେବଲ ସଞ୍ଜୟ ଘୁଡେ ଏହି ରାସ୍ତାରେ ନିଜ ଡ୍ୟୁଟିକୁ ଯିବାବେଳେ ସେହି ରାସ୍ତାରେ ଗୋଟିଏ ମାଙ୍କଡ଼ ଗରମ ଯୋଗୁଁ ଶୋଷରେ ଆଉଟୁପାଉଟୁ ହୋଇ ପାଣି ଖୋଜୁଥିବାର ଦେଖିଥିଲେ ଏବଂ ଏହା ଦେଖି ସଞ୍ଜୟ ସଙ୍ଗେ ସଙ୍ଗେ ନିଜ ପାଇଁ ରଖିଥିବା ପିଇବା ପାଣି ବୋତଲରୁ ମାଙ୍ଗଡ଼କୁ ପାଣି ପିଆଇଥିଲେ । ଆଉ ମାଙ୍କଡ଼ ମଧ୍ୟ ଢ଼କ ଢ଼କ କରି ପାଣିପିଇଯାଇଥିଲା । ଏଥିରେ ଜଣାପଡ଼ୁଥିଲା ମାଙ୍କଡ଼ଟି କେତେ ଶୋଷରେ ରହିଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସକର୍ମୀଙ୍କ ପଶୁଙ୍କ ପ୍ରତି ଦୟା ଭାବ ଦେଖି ଲୋକଙ୍କୁ ବହୁତ ଭଲ ଲାଗିଛି ଏବଂ କନଷ୍ଟେବଲ ସଂଞ୍ଜୟ ଘୁଡେଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓଟିକୁ ଆଇପିଏସ ସୁଶାନ୍ତ ନନ୍ଦ ତାଙ୍କର ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି । ଦେଖନ୍ତୁ ଭିଡିଓ…

 

 

Get real time updates directly on you device, subscribe now.