fbpx
BSKY
BJD SHG SKY
BJD YOUTH SKY

ଧରାପଡିଲା ଆମେରିକାର ଚୋରି: ଅନ୍ୟ ଦେଶକୁ ମନା କରି ନିଜେ ଋଷ ପାଖରୁ ଶସ୍ତାରେ କିଣୁଛି ତେଲ

ନୂଆଦିଲ୍ଳୀ: ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକା ରାଜନୀତି କରୁଥିବା ଅଭିଯୋଗ ଆଣିଛନ୍ତି ଋଷର ଜଣେ ଅଧିକାରୀ । ଅନ୍ୟ ଦେଶମାନଙ୍କ ଆଗରେ ଋଷ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ଭିତରେ ଚକ୍ରାନ୍ତ କରୁଛି ଆମେରିକା । ଋଷଠାରୁ ଶସ୍ତାରେ ତେଲ କିଣି ନିଜ ଦେଶର ତେଲ ଭଣ୍ଡାରକୁ ଶକ୍ତିଶାଳୀ କରୁଥିବା ଜଣାଯାଇଛି । ତେବେ ଗତ କିଛି ଦିନ ମଧ୍ୟରେ ଆମେରିକା ତେଲ କିଣିବା କ୍ଷେତ୍ରରେ ଅଭିବୃଦ୍ଧି କରିଥିବା କହିଛନ୍ତି ଋଷର ଅଧିକାରୀ । ପ୍ରତିଦିନ ଆମେରିକା ଶହ ଶହ ବ୍ୟାରେଲ ପରିମାଣରେ ତେଲ କିଣୁଥିବା ଦାବି ହୋଇଛି ।

ଆମେରିକା ଏବଂ ବ୍ରିଟେନ ଉପରେ ଋଷରୁ ତେଲ କିଣିବା ଉପରେ ଚାପ ରହିଛି । ପର୍ଯ୍ୟାୟକ୍ରମେ ଋଷ ତେଲ ଉପରେ ଏହାର ନିର୍ଭରଶୀଳତାକୁ ଦୂର କରିବ ବୋଲି କହିଛି ବ୍ରିଟେନ । ସେପଟେ ଏପ୍ରିଲ ୨୨ ତାରିଖ ସୁଦ୍ଧା ଋଷରୁ ତେଲ ଏବଂ କୋଇଲା କିଣିବା ବନ୍ଦ କରିବ ବୋଲି ଆମେରିକା ପ୍ରତିଶ୍ରୁତି ଦେଇଛି । ଆମେରିକାକୁ ନେଇ ଏକ ବଡ ଅଭିଯୋଗ କରିଛନ୍ତି ନର୍ମାଲ ୟୁନିଭର୍ସିଟିରେ ସେଣ୍ଟର ଫର ରଷିୟାନ ଷ୍ଟଡିଜ ଅଫ ଇଷ୍ଟ ଚାଇନାର ସହାୟକ ରିସର୍ଚ୍ଚ ଫେଲୋ କୁଇ ହେଙ୍ଗ । ଆମେରିକା ଏକା ସାଙ୍ଗରେ ଦୁଇଟି ନୀତି ଆପଣାଉଥିବା ସେ ପ୍ରକାଶ କରିଛନ୍ତି । ଗୋଟିଏ ପଟରେ ଋଷକୁ ପ୍ରତିହତ କରିବା ପାଇଁ ଉଦାରବାଦୀତା ନୀତି ଧରିଥିବା ବେଳେ ଅନ୍ୟ ପକ୍ଷରେ ଦେଶବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ଏକ ବ୍ୟବହାରିକ ଉପାୟ ଅବଲମ୍ବନ କରୁଛି ଆମେରିକା । ଋଷ ପାଖରୁ ଅଧିକ ମାତ୍ରାରେ ତେଲ କିଣି ତୈଳ ବଜାରରେ ନିୟନ୍ତ୍ରଣ ରକ୍ଷା ପରିବା ପାଇଁ ଆମେରିକା ଚେଷ୍ଟା କରୁଥିବା କୁଇ ହେଙ୍ଗ କହିଛନ୍ତି ।

ଶସ୍ତା ଦାମରେ ଋଷ ପାଖରୁ ତେଲ କିଣି ୟୁରୋପକୁ ଉଚ୍ଚା ଦରରେ ବିକ୍ରି କରୁଛି ଆମେରିକା । ଫରେ ଆମେରିକାର ଅର୍ଥନୀତି ମଜବୁତ ଆଡକୁ ଅଗ୍ରସର ହୋଇପାରିବ । ସେପଟେ ଋଷ-ୟୁକ୍ରେନ ଯୁଦ୍ଧରେ ସବୁଠୁ ଅଧିକ ଲାଭବାନ ହୋଇପାରେ ଆମେରିକା । ଅନ୍ୟ ଦେଶମାନଙ୍କୁ ମନା କରିଥିବା ବେଳେ ଆମେରିକା ନିଜେ ଋଷ ପାଖରୁ ତେଲ କିଣି ୟୁରୋପରେ ଉଚ୍ଚା ଦରରେ ବିକ୍ରି କରୁଛି । କେବଳ ସେତିକି ନୁହେଁ, ଭାରତକୁ ମଧ୍ୟ ଏଭଳି ଅଫର ଦେଇଛି ଆମେରିକା । ତେଣୁ ଭାରତ ମଧ୍ୟ ଏହି ପ୍ରକ୍ରିୟାରେ ଋଷ ନିକଟରୁ ତେଲ କିଣିବା ପାଇଁ ଯୋଜନା ଚଳାଇଛି ।

Get real time updates directly on you device, subscribe now.