fbpx
BSKY
BJD SHG SKY
BJD YOUTH SKY

ମୁମ୍ବାଇରେ ଜମି ଘୋଟାଲାରେ ଇଡିର ବଡ ଆକ୍ସନ, ସଞ୍ଜୟ ରାଉତଙ୍କ ପରିବାରର ୧୧ କୋଟି ସଂପତ୍ତି ଜବତ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁମ୍ବାଇ ଜମି ଜାଲିଆତି ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ କରି ଶିବସେନା ନେତା ସଞ୍ଜୟ ରାଉତଙ୍କ ପରିବାରର ପ୍ରାୟ ୧୧ କୋଟି ଟଙ୍କାର ସଂପତ୍ତି ବ୍ୟାଜାପ୍ତ କରିଛି। ଏଥିରେ ଅଲିବାଗ ଏବଂ ଦାଦରରେ ନିର୍ମିତ ସଞ୍ଜୟ ରାଉତଙ୍କ ପତ୍ନୀଙ୍କ ଫ୍ଲାଟ୍ ମଧ୍ୟ ସାମିଲ୍।

ଇଡିର ଏହି କାର୍ଯ୍ୟାନୁଷ୍ଠାନ ପାତ୍ରା ଚାଓ୍ଵଲ ଜମି ଘୋଟାଲା କେସ୍ ସହ ସଂପୃକ୍ତ ରହିଛି। ମୁମ୍ବାଇରେ ହୋଇଥିବା ଏହି ଘୋଟାଲାରେ ପ୍ରାୟ ୧୦୩୪ କୋଟି ଟଙ୍କା ହେରଫେର କରାଯାଇଥିବା ଅଭିଯୋଗ ହୋଇଛି। ଇଡି ଶନିବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରବୀଣ ରାଉତଙ୍କ ସଂପତ୍ତି ମଧ୍ୟ ବ୍ୟାଜାପ୍ତ କରିଛି। ପ୍ରବୀଣ ରାଉତ ଗୁରୁ ଆଶିଷ କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡର ପୂର୍ବତନ ନିର୍ଦ୍ଦେଶକ। ବର୍ତ୍ତମାନ ସେ ଜେଲ୍ରେ ଅଛନ୍ତି।

ଏଜେନ୍ସି ମଙ୍ଗଳବାର ମୁମ୍ବାଇର ଦାଦରରେ ନିର୍ମିତ ବର୍ଷା ରାଉତଙ୍କ ଏକ ଫ୍ଲାଟ୍ ମଧ୍ୟ ସିଜ୍ କରିଛି। ଏଥିସହ ଆଲିବାଗ ଅଞ୍ଚଳରେ ବର୍ଷା ରାଉତ ଏବଂ ସ୍ଵପ୍ନା ପାଟକରଙ୍କ ମିଳିତ ଫ୍ଲାଟକୁ ମଧ୍ୟ ନିଜ କବଜାକୁ ନେଇଛି। ବର୍ଷା ରାଉତ ହେଉଛନ୍ତି ଶିବସେନା ନେତା ସଞ୍ଜୟ ରାଉତଙ୍କ ପତ୍ନୀ।

ଇଡିର ଏହି କାର୍ଯ୍ୟାନୁଷ୍ଠାନ ପରେ ସଞ୍ଜୟ ରାଉତ କହିଛନ୍ତି, ମୁଁ ଏହି କାର୍ଯ୍ୟାନୁଷ୍ଠାନରେ ଡରିବା ଲୋକ ନୁହଁ। ମୋ ସଂପତ୍ତି ଜବତ କଲ, ମୋତେ ସୁଟ୍ କର କିମ୍ବା ଜେଲ୍ ପଠାଅ। ମୁଁ ପଛକୁ ହଟିବି ନାହିଁ। ସେ କହିଛନ୍ତି, ମୁଁ ଶିବସେନା ନେତା ବାଲା ସାହେବ ଠାକେରଙ୍କ ଅନୁଗାମୀ ଏବଂ ଜଣେ ଶିବ ସୈନିକ। ମୁଁ ସଂଘର୍ଷ କରିବି ଏବଂ ସମସ୍ତଙ୍କ ମୁଖା ଖୋଲି ଦେବି। ମୁଁ ନିରବ ହୋଇ ବସିବା ଲୋକ ନୁହଁ। ସେମାନଙ୍କୁ ନିଜର କାମ କରିବାକୁ ଦିଆଯାଉ, ସତ୍ୟ ଦିନେ ସାମ୍ନାକୁ ଆସିବ ବୋଲି ସଞ୍ଜୟ ରାଉତ କହିଛନ୍ତି।

Get real time updates directly on you device, subscribe now.