fbpx

ନୀରଜଙ୍କୁ ଶୁଭେଚ୍ଛା ଜଣାଇଲେ ପୋଲିସ ଡିଜି ଅଭୟ

AAKASH

ଟୋକିଓ ଅଲିମ୍ପିକ୍ସ ୨୦୨୦ ର ୧୫ ତମ ଦିନ ଭାରତ ପାଇଁ ଏକ ଐତିହାସିକ ଦିନ । ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ଭାରତ ପାଇଁ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ନୀରଜ ଆଥଲେଟିକ୍ସରେ ୧୦୦ ବର୍ଷର ଇତିହାସକୁ ମଧ୍ୟ ବଦଳାଇଛନ୍ତି । ୧୦୦ ବର୍ଷ ପରେ ଆଥଲେଟିକ୍ସରେ ଭାରତ ପ୍ରଥମ ଥର ଅଲିମ୍ପିକ୍ ପଦକ ପାଇଛି । ଏହା ସହ ଭାରତକୁ ଅଲିମ୍ପିକରେ ସପ୍ତମ ପଦକ ହାସଲ ହୋଇଛି ।

ସେପଟେ, ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ପୋଲିସ ଡିଜି ଶ୍ରୀ ଅଭୟ ନୀରଜକୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ସେ ଆମର ହିରୋ । ଏହା ସହ ପୋଲିସ ଡିଜି ସମସ୍ତ ଭାରତୀୟ ଅଲିମ୍ପିକ ଖେଳାଳୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.