fbpx

ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ

ମାଲକାନଗିରି, ୨୯ା୮(ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଳା ଗସ୍ତରେ ଆଜି ପୋଲିସ ଡିଜି ଅଭୟ ଯାଇଥିଲେ । ସେଠାରେ ପହଞ୍ଚି ମାଓ ମୁକାବିଲା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ସେହି ବୈଠକରେ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ସ୍ୱାଭିମାନ ଅଞ୍ଚଳର ବିକାଶ ଏବଂ ଗଞ୍ଜେଇ ଚାଷ ତଥା ଚୋରା ଚାଲାଣ ଉପରେ ରୋକ ଲଗାଇବା ଦିଗରେ ସେହି ବୈଠକରେ ଆଲୋଚନା ହୋଇଥିଲା । ପୂର୍ବରୁ ଜିଲ୍ଲାର ମୋଟ ୩ଟି ସ୍ଥାନ ମାଓ ଉପଦ୍ରୁତ ଅଞ୍ଚଳ ଥିବା ବେଳେ ବର୍ତ୍ତମାନ ଜିଲ୍ଲାର କେବଳ ସ୍ୱାଭିମାନ ଅଞ୍ଚଳରେ ମାଓ ଗତିବିଧି ପରିଲକ୍ଷିତ ହେଉଛି । ଖୁବଶୀଘ୍ର ସେହି ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରି ମାଓଗଡ଼କୁ ଧ୍ୱଂସ କରାଯିବ ବୋଲି ପୋଲିସ ଡ଼ିଜି କହିଛନ୍ତି ।


ଉଲ୍ଲେଖଯୋଗ୍ୟ ଯେ ଡ଼ିଜି ଅଭୟ ଙ୍କ ସମେତ ଡାଇରେକ୍ଟର ଇଣ୍ଟେଲିଜେନ୍ସ ଆର.କେ.ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଏସଆଇ ଡ଼ବ୍ଲୁ ଡିଆଇଜି ଅନିରୁଦ୍ଧ ସିଙ୍ଗ ମଧ୍ୟ ମାଲକାନଗିରି ଗସ୍ତରେ ଯାଇ ସେହି ବୈଠକରେ ଯୋଗ ଦେଇଥିଲେ । ଏହାସହ ମାଲକାନଗିରି ଏସ୍ପି ଓ ବହୁ ପୋଲିସ ଅଧିକାରୀ ମଧ୍ୟ ସେହି ବୈଠକରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.