fbpx

ବସରେ ମହିଳାଙ୍କୁ ଦୁଷ୍କର୍ମ, ଉପସ୍ଥିତ ଥିଲେ ୪୦ ଯାତ୍ରୀ

ଲକ୍ଷ୍ନୌ,୨୯ ।୮: ଉତ୍ତରପ୍ରଦେଶର ମଥୁରାରେ ଚଳନ୍ତା ବସରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ ମାମଲଶ ସାମ୍ନାକୁ ଆସିଛି । ଏହି ଘଟଣା ମଥୁରାର ମାଣ୍ଟ ଅଞ୍ଚଳରେ ଘଟିଯାଇଛି । ସୂଚନା ମୁତାବକ, ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଏସି ବସରେ ମହିଳା ଯାତ୍ରୀଙ୍କୁ ମସର କଣ୍ଡକ୍ଟର ରେପ୍ କରିଥିଲା । ଯେତେବେଳେ ମହିଳା ଜଣକ ଅଭିଯୋଗ କରିଥିଲେ, ସେବେ ପୋଲିସ ମାଣ୍ଟ ଟୋଲରୁ ବସକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା ।

କୁହାଯାଉଛି ଯେ, ମହିଳା ଜଣକ ଦିଲ୍ଲୀର ରୋହିଣୀରେ ସେକ୍ଟର ୨୧ ବାସିନ୍ଦା । ମହିଳା ବିବାହିତା ଥିବା ବେଳେ ଶୁକ୍ରବାର ଦିନ ସେ ଏକ ଏସି ବସ୍ ଲକ୍ଷେ୍ନøରୁ ଦିଲ୍ଲୀକୁ ସନ୍ଧ୍ୟାରେ ଯାଉଥିଲା । ଯମୁନା ଏକ୍ସପ୍ରେସ ୱେର ଚଳନ୍ତା ବସରେ କଣ୍ଡକ୍ଟର ତାଙ୍କୁ ଦୁଷ୍କର୍ମ କରିଥିଲା । ଏହି ଘଟଣା ସକାଳ ୫ଟା ହୋଇଥିବା କୁହାଯାଉଛି । ମହିଳା ମାଣ୍ଟ ଥାନାରେ ମାମଲା ରୁଜୁ କରିଛନ୍ତି । ପୀଡ଼ିତା ବସରୁ ଫୋନରେ ୧୧୨ ଡାୟଲ୍ କରି ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ମିଳିବା ମାତ୍ରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଥିଲା ।

ବସରେ ଥିବା ଲୋକମାନେ କହିଛନ୍ତି ଯେ, ଯେତେବେଳେ ବସଟି ମାଣ୍ଟ ଟୋଲରେ ଅଟକିଥିଲା, ସେବେ ମହିଳା ଜଣଙ୍କ ହେଲପର ସହ ମାରପିଟ୍ ଆରମ୍ଭ କରିଥିଲେ । ବସରେ ପ୍ରାୟ ୪୦ରୁ ଅଧିକ ଲୋକ ଥିଲେ । କିନ୍ତୁ ବସରେ ବସିଥିବା ସମସ୍ତ ଯ୍ରାତୀ ଏହି ଘଟଣା ବିଷୟରେ ଅବଗତ ନଥିଲେ । ପୋଲିସ ଖବର ପାଇଁ ବସର ପିଛା କରିଥିଲା ଓ ଗାଡ଼ିକୁ ରୋକିଥିଲା । ଅଭିଯୁକ୍ତ ଜଣକ ହେଉଛନ୍ତି ମୋତିପୁରର ବାସିନ୍ଦା ରବି । ବସକୁ ଜବତ କରିବା ସହ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଥିଲା ।

Get real time updates directly on you device, subscribe now.