fbpx

ସାଇବର ଲୁଟେରାଙ୍କୁ ସାବାଡ କରିବ ପୋଲିସ; ଜାରି କଲା ଦୁଇଟି ହେଲ୍ପଲାଇନ ନମ୍ବର

Advertisement

କଟକ(ଓଡ଼ିଶା ଭାସ୍କର): ଲୁଟେରାଙ୍କୁ ସାବାଡ କରିବା ପାଇଁ କଟକ ପୋଲିସ ପକ୍ଷରୁ ଏକ ନୂତନ ବ୍ୟବସ୍ଥା ଆରମ୍ଭ କରାଯାଇଛି । ରାଜ୍ୟରେ ଦିନକୁ ଦିନ ସାଇବର ଲୁଟ ସଂଖ୍ୟା ବଢୁଥିବା ବେଳେ ବିଗତ ୬ ମାସ ମଧ୍ୟରେ ସାଇବର ଲୁଟେରା ମାନେ କଟକରେ ୫୫ ଲକ୍ଷ ଲୁଟିଛନ୍ତି । ଏହି ଘଟଣା ପରେ ସାଧାରଣ ଲୋକଙ୍କ ପାଇଁ ଦୁଇଟି ନମ୍ବର ଜାରି କରିଛି ପୋଲିସ । ଏହି ମାମଲା ଗୁଡିକର ଅଭିଯୋଗ କରାଯିବା ପରେ କମିଶନରେଟ ପୋଲିସ ପକ୍ଷରୁ ୩୫ ଲକ୍ଷ ୫୭ ହଜାର ୮୧୯ ଟଙ୍କା ଜବତ କରାଯାଇଛି ।
ବୁଧବାର ସାଇବର ଠକେଇର ଲୋକଙ୍କ ସହାୟତା ପାଇଁ ଦୁଇଟି ହେଲ୍ପଲାଇନ ନମ୍ବର ଜାରି କରିଛି ପୋଲିସ । ଏହି ଦୁଇଟି ନମ୍ବର ହେଉଛି ୮୮୯୫୮୧୨୩୦୪ ଏବଂ ୭୩୨୮୦୭୭୧୪୪ । ଯେ କୌଣସି ପ୍ରକାରର ସାଇବର ଲୁଟର ଶିକାର ହେଲେ ତୁରନ୍ତ ଏହି ନମ୍ବରରେ ଅଭିଯୋଗ କରିବା ପାଇଁ କୁହାଯାଇଛି ।

Get real time updates directly on you device, subscribe now.